csstore

କଂଟାବାଂଜି ପୋଲିସ ଦ୍ୱାରା ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା, ପୂଜା ମଂଡପରେ ୩ ଜଣରୁ ଅଧିକ ରହିପାରିବେ ନାହିଁ : ବିଧାୟକ ସାଲୁଜା ମଧ୍ୟ ପୂଜା ସମୟରେ ସଚେତନତା ବାର୍ତା ବାଂଟୁଛନ୍ତି

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ସହରରେ ଚଳିତ ଶାରଦୀୟ ଦୁର୍ଗାପୂଜା ସମୟରେ ପୂଜା ମଣ୍ଡପରେ ୩ ଜଣରୁ ଅଧିକ ନ ରହିବା ପାଇଁ ଆଜି ସଂଧ୍ୟାରେ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଦିଆଯାଉଛି । ସହରରେ ରୋଡ ନଂ. ୩, ପୁରୁଣା ବସ୍ତି, ଉକ୍ରଳ ସାର୍ବଜନୀନ ଦୁର୍ଗା ପୂଜା ମଣ୍ଡପରେ ନବରାତ୍ର ପୂଜା ଚାଲୁଛି । ଏପରିକି ସ୍ଥାନୀୟ ପୋଲିସ ଷ୍ଟେସନ ନିକଟସ୍ଥ ଶ୍ରୀ ହନୁମାନ ମଂଦିର, ଶ୍ରୀ ରାମ ମଂଦିର ବସଷ୍ଟାଣ୍ଡ, ଶ୍ରୀ ଗାୟତ୍ରୀ ମଂଦିର, ଶ୍ରୀ ଶ୍ୟାମ ଖାଟୁ ମଂଦିର, ମାତା ମଂଦିର, ଶ୍ରୀ ରାମେଶ୍ୱର ମଂଦିର ମାନଙ୍କରେ ନବରାତ୍ର ଚାଲିଥିବା ବେଳେ କରୋନା ମହାମାରୀ ସମୟରେ ସମସ୍ତ ନିୟମ ପାଳନ କରିବା ନେଇ ସ୍ଥାନୀୟ ପୋଲିସ ପଦକ୍ଷେପ ନେଇଛି । ଦଶହରା ସମୟରେ ପଶ୍ଚିମ ଓଡିଶାର ଅନ୍ୟ ଏକ ଲୋକପର୍ବ ଭାଇଁ ଜିଉଁତିଆ ସମୟରେ ମଧ୍ୟ କରୋନା କଟକଣା ପାଳନ କରି ସମସ୍ତ ପୂଜା ବିଧି କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏପରିକି କଂଟାବାଂଜି ପୋଲିସ ଏସଡିପିଓ ସରୋଜ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ ଥାନା ଆଇଆଇସି ସତ୍ୟଜିତ କନ୍ଦନକେଲ ସ୍ୱତନ୍ତ୍ର ଟିମ ଗଠନ କରିଛନ୍ତି । ପୁଣି ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଜନ ସଚେତନା ଆଣିବା ପାଇଁ ବିଭିନ୍ନ ପୂଜା ମଣ୍ଡପକୁ ଯାଇ ପୂଜା ସମୟରେ ଜନଗହଳି ନ କରି କରୋନା ମହାମାରୀ ରୋଗରୁ କଂଟାବାଂଜି ସହରକୁ ମୁକ୍ତ କରିବା ନେଇ ସଚେତନତା ବାର୍ତା ଦେଉଛନ୍ତି ।

jayashree
Leave A Reply

Your email address will not be published.