୨ ଭଉଣୀଙ୍କ ମୃତ୍ୟୁ ଘଟଣା ଏବେ ବି ଅନେକ ପ୍ରଶ୍ନ ଗହଳିରେ ଛ‌ନ୍ଦି ହୋଇ ରହିଛି

ତୁଷୁରା, (ଅଜିତ କୁମାର ସାହୁ) : ଦୁଇ ଭଉଣୀ ଏକା ସାଙ୍ଗରେ ନଦୀକୁ ଡ଼େଇଁବା ଘଟଣାରେ ଏପର୍ୟ୍ୟନ୍ତ ସସ୍‌ପେନ୍ସ ଜାରି ରହିଛି । କାହିଁକି ୨ ଭଉଣୀ ନଦୀକୁ ଡ଼େଇଁଲେ ?  ନା ତାଙ୍କୁ କିଏ ଠେଲି ଦେଇଛି ? ସାଧାରଣରେ ଏଭଳି ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ ମୃତ ଯୁବତୀଙ୍କ ପରିବାର ବି ଚୁପ୍ ଅଛନ୍ତି, ତାହା ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ବୋଲି ସାଧାରଣରେ ଆଲୋଚନା ହେଉଛି । ଯେତେବେଳେ ଏହି ଘଟଣା ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି, ସେତେବେଳେ ୨ ଭଉଣୀ ଆତ୍ମହତ୍ୟା କରିଛନ୍ତି, ନା ତାଙ୍କୁ ହତ୍ୟା କରି ଦିଆଯାଇଛି; ଏହ କଥାକୁ ଜାଣିବା ପାଇଁ ରାଜ୍ୟବାସୀ ଅନାଇଁ ବସିଛନ୍ତି । ଯଦି ୨ ଭଉଣୀଙ୍କ ଉପରେ କିଛି ଚାପ ହିିଁ ନଥିଲା, ତେବେ ସେମାନେ କାହିଁକି ନଦୀକୁ ଡେଇଁବେ ? ସମ‌ସ୍ତ‌ଙ୍କ ଚୁପ୍‌ ରହିବା ଯୋଗୁଁ ଘଟଣା ଆହୁରି ପ୍ର‌ଶ୍ନ ଗହଳିରେ ଛନ୍ଦି ହୋଇଯାଇଛି । ଅନ୍ୟପଟେ ୨ ଭଉଣୀଙ୍କ ମୃତ୍ୟୁ ପଛରେ ପ୍ରକୃତ ରହସ୍ୟ କଣ, ପୋଲିସ୍ ମଧ୍ୟ ଖୋଜି ପାଇନାହିଁ ଏବେ ଯାଏଁ । ପୂର୍ବରୁ କାହା ସହିତ ୨ ଭଉଣୀଙ୍କ ଶତ୍ରୁତା ଥିଲା କି,  ଶାନ୍ତ-ସରଳ ଦୁଇ ଭଉଣୀ ଏଭଳି ଚରମ ନିଷ୍ପତ୍ତି କାହିଁକି ନେଲେ, ତାହାର ଆଦି ଅ‌ନ୍ତ ମିଳିନାହିିଁ ।
ସୂଚନାଯୋଗ୍ୟ ଯେ, ବ୍ରିଜ୍ ଉପରେ ସ୍କୁଟି ଏବଂ ଦୁଇ ହଳ ଚପଲ ରଖାଯାଇଥିବା ଦେଖିବାକୁ ମିଳିଥିଲା ଘଟଣା ଦିନ। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍‌ ନଦୀରେ ଖୋଜାଖୋଜି କରିଥିଲେ । ତେବେ ୭୨ ଘଣ୍ଟା ପରେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।
ଏବେ ପ୍ରଶ୍ନ ଗହଳିରେ ଛ‌ନ୍ଦି ହୋଇ ରହିଥିବା ଦୁଇ ଭଉଣୀଙ୍କ ମୃତ୍ୟୁ ଘଟଣା ଉପରେ ସମ‌ସ୍ତ‌ଙ୍କ ନଜର ରହିଛି ।

Leave A Reply

Your email address will not be published.