csstore

ଆଗଲପୁର ବ୍ଲକ୍‌ ସ୍ତରୀୟ ଓଷ୍ଟା ଟେଷ୍ଟପେପର୍‌ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍‌ ସ୍ତରୀୟ ଓଷ୍ଟା ଟେଷ୍ଟପେପର୍‌ ବଂଟନ କାର୍ଯ୍ୟକ୍ରମ ସିପିଏନ୍‌ ହାଇସ୍କୁଲ ଭରସୁଜା ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ । ସମ୍ମାନିତ ଅତିଥି ଭାବେ ଏବିଇଓ ଅରୁଣୀ ମହାନନ୍ଦ, ଡିବିରି ସଂଯୋଜକ ଯୋଗୀନ ନାଏକ, ନଅଗାଁ-ବି ପ୍ରଧାନ ଶିକ୍ଷକ ଭାଗବତିଆ ସାହୁ, ଏସ୍‌ଏସ୍‌ଡି. ରାମପୁରର ପ୍ରଧାନ ଶିକ୍ଷକ ବିଜୟ ଦାସ, ସାଲେଭଟା ପ୍ରଧାନଶିକ୍ଷକ ସଦାନନ୍ଦ ଭୋଇ, ଆଗଲପୁର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିଦ୍ୟା ସାଗର ସିଂଦେଓ, ଆଗଲପୁର ସିଆର୍‌ସିସି ଚିତ୍ତରଂଜନ ବେହେରା, ଓଷ୍ଟା ସଂପାଦକ ତାରାକାନ୍ତ ମିଶ୍ର, ସଂପୃକ୍ତ ସ୍କୁଲ ସଭାପତି ଦିଲୀପ ପାଠୀ ଯୋଗ ଦେଇଥିଲେ ।

ବିଦ୍ୟାଳୟର ଦୁଇ ଜଣ ଦଶମ ଶ୍ରେଣୀର ଛାତ୍ରୀ ଜାଗୃତି ପାତ୍ର ଓ ଲଳିତା ଜ୍ୟୋତିଷଙ୍କୁ ମୁଖ୍ୟ ଅତିଥି ଓଷ୍ଟା ଟେଷ୍ଟ୍‌ ପେପର୍‌ ପ୍ରଦାନ କରିଥିଲେ । ସ୍ୱାଗତ ଅଭିଭାଷଣ ଏବଂ ଧନ୍ୟବାଦ ଅର୍ପଣ କାର୍ଯ୍ୟ ତୁଳାଇଥିଲେ ଶିକ୍ଷକ ଆନନ୍ଦ ସାହୁ ।

jayashree
Leave A Reply

Your email address will not be published.