pakka

ଉମା ସମବାୟ ସମିତିରୁ ସମସ୍ତ ସଦସ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଉମା ସେବା ସମବାୟ ସମିତିରୁ ପ୍ରଥମ ପର୍ଯ୍ୟାୟ ସଦସ୍ୟ ନିର୍ବାଚନରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ମଙ୍ଗଳବାର ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ବିଜୟୀ ଘୋଷଣା କରିଛନ୍ତି । ସମିତିର ୧୫ଟି ମଣ୍ଡଳୀ ଜୋନ୍‌ରୁ କେବଳ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପ୍ରତ୍ୟାହାର ଦିନ ଧାର୍ଯ୍ୟ ସମୟ ପରେ ସମସ୍ତ ସଦସ୍ୟଙ୍କୁ ନିର୍ବାଚନ ଅଧିକାରୀ ଶେଷ ଦେବ ଜାନି ବିଜୟୀ ଘୋଷଣା କରିଥିଲେ । ୧ ରୁ କାହ୍ନୁଚରଣ ରାଉତ, ୨ରୁ ଧବଳେଶ୍ୱର ରଣା, ୩ରୁ ଅଇଁଠୁ ସାହୁ, ୪ରୁ ସମ୍ପରି ରାଉତ, ୫ରୁ ଶଗତ ରଣା, ୬ରୁ ଲିଙ୍ଗ ଧରୁଆ, ୭ରୁ ବୈକୁଣ୍ଠ ସାହୁ, ୮ରୁ ମାର୍କଣ୍ଡ ଗଣ୍ଡା, ୯ରୁ ରମାକାନ୍ତ ଭୋଇ, ୧୦ରୁ ସନ୍ତୋଷ ଭୋଇ, ୧୧ରୁ ଦହନା କାଳସେ, ୧୨ରୁ ବିମ୍ବାଧର ମଲିକ, ୧୩ରୁ ପାର୍ବତୀ ସାହୁ. ୧୪ରୁ ଅର୍ଦଳି ରଣା, ୧୫ରୁ ପବିତ୍ର ତାଣ୍ଡିଆ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ଶ୍ରୀ ଜାନି । ନିର୍ବାଚନ ପ୍ରକ୍ରିୟାରେ ସଂପାଦକ କର୍ଣ୍ଣ ରଣା, ସହସଂପାଦକ ଯୁଧିଷ୍ଠିର ରଣା, ଡିଇଓ ସମିର ରାଉତ ଓ କର୍ମଚାରୀ ସହଯୋଗ କରିଥିଲେ । ପରେ ଜିଲ୍ଲା ସମବାୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସଭାପତି ପଦ ପାଇଁ ତାରିଖ ଘୋଷଣା କରାଯିବା ନେଇ ସଂପାଦକ କର୍ଣ୍ଣ ରଣା ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

16 − nine =

error: Content is protected !!