pakka

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ନିର୍ଭରଯୋଗ୍ୟ ସୂଚନା ଆଧାରରେ ରାଜ୍ୟ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବୌଦ୍ଧ ବନାଧିକାରୀଙ୍କ ସହାୟତାରେ ମଙ୍ଗଳବାର ଅପରାହ୍ନରେ ଘଣ୍ଟାପଡା ଫାଣ୍ତି ଅନ୍ତର୍ଗତ କଣ୍ଟାମାଳ-ବାଲିଗୁଡା ରାସ୍ତାର ଖୁଣ୍ଟିଗୋରା ନିକଟରେ ଚଢାଉ କରି ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଥିଲେ । ଆସାମୀ ଜଣକ ସୋନପୁର ଜିଲ୍ଲା ତରଭା ଥାନା ଅଧିନ ତେନ୍ତୁଲିଆମୁଣ୍ଡା ଗ୍ରାମର ବିଶେଶ୍ୱର ବଗର୍ତ୍ତି ବୋଲି ଜଣାପଡିଛି । ସନ୍ଧାନ ସମୟରେ ୧୨କିଲୋ ୪୦୦ଗ୍ରାମ ଓଜନ ବିଶିଷ୍ଟ ଏକ ଜୀବନ୍ତ ବଜ୍ରକାପ୍ତା ଏବଂ ଅନ୍ୟାନ୍ୟ ଜିନିଷପତ୍ର ତାଙ୍କ ନିକଟରୁ ଉଦ୍ଧାର କରାଯାଇଛି । ଅଭିଯୁକ୍ତ ବ୍ୟକ୍ତି ଏପରି ଜୀବନ୍ତ ବଜ୍ରକାପ୍ତା ରଖିବାର କୌଣସି ଅନୁମତି ଦେଖାଇ ପାରି ନଥିଲେ, ଯେଉଁଥିପାଇଁ ତାଙ୍କୁ ଅଟକ ରଖାଯାଇଥିଲା ଏବଂ ଶେଷରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ବୌଦ୍ଧ ଜଙ୍ଗଲ ବିଭାଗ ଅଧୀନରେ ଥିବା କଣ୍ଟାମାଳ ବନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ଜୀବନ୍ତ ବଜ୍ରକାପ୍ତା ମଧ୍ୟ ସୁରକ୍ଷିତ ହେପାଜତ ପାଇଁ ବୌଦ୍ଧ ବନଖଣ୍ତ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନାଯୋଗ୍ୟ ଯେ ବୌଦ୍ଧ ଜିଲ୍ଲାରେ ବନ୍ୟଜନ୍ତୁ ଅପରାଧୀଙ୍କ ଦ୍ୱାରା ବନ୍ୟଜନ୍ତୁ ଦ୍ରବ୍ୟର କାରବାର ବୃଦ୍ଧି ପାଉଥିବା ବେଳେ ଜଙ୍ଗଲ ବିଭାଗ ଚୁପ୍‌ ରହିଥିବା ଅନୁମାନ କରାଯାଉଛି । ଯାହାର ଫଳସ୍ୱରୂପ ବିଭିନ୍ନ ସମୟରେ ଜିଲ୍ଲାର ବିଭିନ୍ନ ଜାଗାରୁ ବାଘଛାଲ, ହାତୀଦାନ୍ତ, ବଜ୍ରକାପ୍ତା ଆଦି ଚାଲାଣ ହେଉଥିବା ସମୟରେ ଏସଟିଏଫ ଟିମ୍‌ ଦ୍ୱରା ଉଦ୍ଧାର କରାଯାଇ ଅପରାଧୀଙ୍କୁ ଧରାଯାଇଛି ।

Leave A Reply

Your email address will not be published.

one × 5 =