jsm

କବିତା : ଲହରୀ

csstore

ଗଜାନନ ମିଶ୍ର
ନଦୀକୁ କହିଲି
ତୁ ମହାନଦୀ
ସେଇଠି ରହି ଯା
ପୋତି ହୋଇ ଯା!

ମହାମାରୀକୁ କହିଲି
କି ନାମରେ ଡାକିବି ତତେ
ଉଚ୍ଚାରିଲା ମାତ୍ରେ
ଟାକିଛି ସରକାର
ବାନ୍ଧି ନେବ ମତେ!

ରେ ଆକାଶ,
ସାକ୍ଷୀ ଥା।
ଜମାରୁ କହିବି ନି
ଓକିଲାତି କରିବୁ ଆ
ମୋ ପାଇଁ ରାଜାଙ୍କ ଦରବାରରେ ।

ବହିଲା ପବନକୁ
କହିବି ନି କିଛି।
ମେଘଙ୍କୁ ଡାକିବି
ନୂଆ ଭୂମିକା ଲେଖିବାକୁ
ପ୍ରଜାପତିଙ୍କ ଗହଣରେ।

ସମୁଦ୍ରକୁ କହିବି
ସୁଗନ୍ଧରେ ଭରି ଦେବାକୁ
ଦେହକଷ୍ଟର କାହାଣୀରେ।
ଯୋଉ ଧାରା ବହି ଚାଲିଛି
ବହିବାକୁ ଦେଇ ରଙ୍ଗ ଚଢେଇବି
ନୂଆ ନୂଆ ପ୍ରତି ସକାଳରେ।

ପରିଚୟ ଦେବାକୁ ଗଲାବେଳେ
ନାମ କହିବା କି ଜରୁରୀ!
ପୁଣି ପୁଣି ଅନ୍ଧାର ଆଡକୁ
ଦବି ଦବି ଯାଉଥିଲାବେଳେ ପାଦ
ଖେଳେଇବାକୁ ପଡେ ଲହରୀ।
ଆରେ ହେ ଏଇଠୁ
ମୁଁ ମୋର ଯାଉଛି ପ୍ରସରି ପ୍ରସରି ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର

yuvodaya
Leave A Reply

Your email address will not be published.