ବଲାଙ୍ଗିର ଜିଳ୍ଲାପାଲଙ୍କ ଦେଓଗାଁ ବ୍ଲକ ଗସ୍ତ : କାମ ନ କଲେ ଦରମା ବନ୍ଦ କରି ଲୋକଙ୍କୁ ଦିଆଯିବ ଭତ୍ତା – ଜିଲ୍ଲାପାଳ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଦେଓଗାଁ ବ୍ଲକ କାର୍ୟ୍ୟାଳୟକୁ ଗସ୍ତ କରି ବିଭିନ୍ନ ଯୋଜନାକୁ ସମୀକ୍ଷା କରିବା ପରେ ନରେଗା ଯୋଜନାରେ ଖରାପ ପ୍ରଦର୍ଶନ ଓ ଶ୍ରମିକମାନଙ୍କୁ ଠିକ ସମୟରେ ଟଙ୍କା ମିଳୁ ନଥିବାରୁ ଉପସ୍ଥିତ ଥିବା ଏପିଓଙ୍କ ଉପରେ ବିରକ୍ତି ଭାବ ଦେଖାଇଥିଲେ । କାମ କରୁଥିବା ସରକାରୀ କର୍ମଚାରୀମାନେ ଠିକ ଭାବେ କାମ ନ କଲେ ସମସ୍ତଙ୍କ ଦରମାକୁ ବନ୍ଦ କରି ସାଧାରଣ ଲୋକଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି ତାଗିଦ କରିଥିଲେ । ଏହାପରେ ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତର ଜୁର୍ଲାକାନୀ ଗାଁକୁ ପରିଦର୍ଶନ କରି ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସରକାରୀ ଯୋଜନାକୁ ତଦାରଖ କରିଛନ୍ତି । ଜିଲ୍ଲାପାଲ ଜୁର୍ଲାକାନି, ଗଡ଼ଦ୍ବାର ରାସ୍ତାରେ ଥିବା ଗୋଚର ଜମି ଉପରେ ନରେଗା ଯୋଜନାରେ ୫ଲକ୍ଷ ଟଙ୍କାରେ ଚାଳିଥିବା ଷ୍ଟ୍ର‌େଞ୍ଚ ଖୋଳା କାମକୁ ପ୍ରଥମେ ଦେଖିଥିଲେ ଏବଂ ସେଠାରେ କାମ କରୁଥିବା ୨୪ଜଣ ଶ୍ରମିକଙ୍କୁ ନରେଗା ଯୋଜନା ବାବଦରେ ପଚାରି ବୁଝିଥିଲେ । ଗାଁର ସୀତା ମଲ୍ଲିକ ଓ ବୁଟ ପୋଢ଼ଙ୍କ ବାଡ଼ିରେ ମୋ ବଗିଚାରେ ରୋପଣ କରାଯାଇଥିବା ଚାରା ଦେଖି ପ୍ରଶଂସା କରିଥିଲେ ।

Leave A Reply

Your email address will not be published.