ୱାଇସିଡ଼ିଏ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଦେଓଗାଁ କଛାରପାଲି ପ୍ରାଥମିକ ବିଦ୍ୟାଳୟରେ ଅଗ୍ରଣୀ ସ୍ୱେଚ୍ଚାସେବୀ ଅନୁଷ୍ଠାନ ୱାଇସିଡ଼ିଏ ବଲାଙ୍ଗିର ତରଫରୁ ଅସହାୟ ଓ କରୋନା ମହାମାରୀର ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଦେଓଗାଁ ବ୍ଲକର ବିଭିନ୍ନ ଗାଁର ପ୍ରାୟ ୨୨ଟି ପରିବାରକୁ ଅନୁଷ୍ଠାନ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ବର୍ତମାନ କାରୋନା ମହାମାରୀର ଦ୍ୱିତୀୟ ଲହରିରେ ହେଉଥିବା ଭୟାବହକୁ ଦୃଷ୍ଟିରେ ରଖି ଟୀକାକରଣ ସହ କରୋନା ସଚେତନତା କରାଯାଇଥିଲା । ଏହାସହ ଲକଡାଉନ ସମୟରେ ଶିଶୁମାନଙ୍କର ଯତ୍ନ ନେବା ସହ ସୁରକ୍ଷା, ଶିକ୍ଷାର ଉନ୍ନତି ବିଷୟରେ ଅବିଭକକମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡିଏଲଏସଏ କର୍ମୀ ବିଦ୍ୟୁତଲତା ଖମାରୀଙ୍କ ସହ ୱାଇସିଡିଏ କାର୍ଯ୍ୟାଳୟ ବଲାଙ୍ଗିରର ପ୍ରକଳ୍ପ ସଂଯୋଜିକା ସୁବ୍ରତା ଜେନା ଏବଂ ଜିଲ୍ଲା ସଂଯୋଜିକା ଆନନ୍ଦିନି ରଥ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 × one =