ଡେଲାଙ୍ଗରେ ଲଙ୍ଗଳ ଓ ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତାରୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମିଲ ମାଲିକଙ୍କ ଧାନ କିଣିବାରେ ଅବହେଳା ଏବଂ ଧାନ ମଣ୍ଡିରେ ବ୍ୟାପକ ଅନିୟମିତତା ଓ ଅବ୍ୟବସ୍ଥା ନେଇ ଡେଲାଙ୍ଗ ରାସ୍ତାର ଅମାଳଙ୍ଗ ଛକ ନିକଟରେ ଶତାଧିକ ଚାଷୀମାନେ ପ୍ରାୟ ଚାରି ଘଣ୍ଟା ଧରି ରାସ୍ତା ରୋକ କରିଥିଲେ । ଯାହା ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଯାନବାହନ ଓ ଲୋକଙ୍କ ଭିଡ ଯୋଗୁଁ ଯାତାୟତ ବ୍ୟାହତ ହୋଇଥିଲା । ଡେଲାଙ୍ଗ ବ୍ଳକରେ ସମବାୟ ସମିତି ଜରିଆରେ ଖରାଟିଆ ଧାନ ବିକ୍ରୟ ପାଇଁ ଚାଷୀ ମାନେ ନାମ ପଞ୍ଜିକରଣ କରିବା ପରେ ସେମାନଙ୍କୁ ଧାନ ବିକ୍ରୟ ପାଇଁ ଟୋକୋନ ମିଳିଥିଲା । ଚାଷୀ ମାନେ ଟୋକୋନ ପାଇଥିଲେ ମଧ୍ୟ ଧାନ ମଣ୍ଡି ନ ଖୋଲିବାରୁ ଧାନ ବିକ୍ରୟ କରି ପାରିନଥିଲେ । ଯାହା ଫଳରେ କି ଟୋକେନ ଅବଧିô ଶେଷ ହୋଇଯାଇଥିଲା । ମଣ୍ଡିର ଅବ୍ୟବସ୍ଥା ଓ ମିଲ ମାଲିକଙ୍କ ଅବହେଳା, ସମବାୟ ସମିତି ସଂପାଦକଙ୍କ ଅସହୋ ଯୋଗ ନେଇ ପୂର୍ବରୁ ବେରବୋଇ ଗ୍ରାମ ପଞ୍ଚାୟତର ଶତାଧିକ ଚାଷୀ ମାନେ ରାସ୍ତା ରୋକ କରିବାପରେ ଏବେ ଡେଲାଙ୍ଗ ହାଟ ବଜାର ନିକଟ ଅମାଳଙ୍ଗ ଛକ ନିକଟରେ ଶତାଧିକ ଚାଷୀ ମାନେ ରାସ୍ତା ରୋକ କରିଛନ୍ତି । ପ୍ରଗତି ସମବାୟ ସମିତିରେ ନାମ ପଞ୍ଜିକରଣ କରିଥିବା ପ୍ରାୟ ୨୨ଜଣ ଚାଷୀ ପାଇଥିବା ଟୋକେନ ସମୟ ସୀମା ସରିଯାଇଛି । ଯାହା ଫଳରେକି ଚାଷୀ ମାନେ ଧାନ ବିକ୍ରୟରୁ ବଞ୍ଚିତ । ଅନ୍ୟପକ୍ଷରେ ଏବେ ବି ଚାଷୀଙ୍କ ପାଖେ ଶହ ଶହ କୁଇଣ୍ଟାଲ ଧାନ ଖଳା ବାରିରେ ପଲିଥିନ ତଳେ ଥୁଆହୋଇଛି । ମଣ୍ଡି ନ ଖୋଲିବାରୁ ଧାନ ଚାଷୀ ବିକ୍ରୟ କରି ପାରୁନାହିଁ । ଏହାକୁ ନେଇ ତହସିଲଦାର, ବିଡିଓ, ଯୋଗାଣ ବିଭାଗ, ଥାନା ସମସ୍ତ ଅଧିକାରୀ ମାନଙ୍କୁ ଚାଷୀ ମାନେ ଅବଗତ କରାଇଥିଲେ । ମାତ୍ର କୌଣସି ସୁଫଳ ନ ମିଳିବାରୁ ଚାଷୀ ନେତା ଅଶୋକ ପ୍ରଧାନ, ମୁନିନ୍ଦା ପଞ୍ଚାୟତର ସମିତିସଭ୍ୟ ଦୁର୍ଗା ଚରଣ ରାଉତରାୟ, କିଷାନ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ଚାଷୀ ମାନେ ରାସ୍ତା ଉପରେ ଧାନ ବସ୍ତା ଓ ଲଙ୍ଗଳ ରଖି ଧାରଣାରେ ବସିଥିଲେ । ଖବର ପାଇ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଢେ଼ଇ , ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ ଓ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା କରିବା ପରେ ତୁରନ୍ତ ଧାନ ମଣ୍ଡି ଜରିଆରେ ଧାନ କ୍ରୟ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଚାଷୀ ମାନେ ଆନ୍ଦୋଳନ ପ୍ର୍ରତ୍ୟାହୃତ କରିଥିଲେ ।

Leave A Reply

Your email address will not be published.

1 × four =