csstore

ୟଙ୍ଗ୍‌ଷ୍ଟାର୍‌ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ କୁର୍‌ସୁଡ୍‌ ଚାମ୍ପିଆନ୍

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ତଥା ସିନ୍ଧେକେଲା ଥାନା ଅନ୍ତର୍ଗତ କୁର୍‌ସୁଡ୍‌ ଗ୍ରାମର ନୀଳଚକ୍ର ଖେଳପଡିଆଠାରେ ଚାଲିଥିବା ୟଙ୍ଗ୍‌ଷ୍ଟାର୍‌ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଆଜି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ କୁର୍‌ସୁଡ୍‌ ଓ ଜାମଖୁଣ୍ଟା ଦଳ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍ ଖେଲାଯାଇଥିଲା । ଏଥିରେ ଜାମଖୁଣ୍ଟା ଦଳକୁ ପରାସ୍ତ କରି କୁର୍‌ସୁଡ୍‌ ଦଳ ଚାମ୍ପିଆନ୍ ହୋଇଥିଲା । ରେଫରି ସ୍ୱାଗତ ବେହେରା ଖେଳ ପରିଚାଳନା କରିଥିବା ବେଳେ ଲାଇନ୍‌ମ୍ୟାନ୍‌ ଭାବେ ମୋହନ ସାହୁ ଓ ସଂକୀର୍ତ୍ତନ ଯାନୀ ସହଯୋଗ କରିଥିଲେ । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ, ସମ୍ମାନୀୟ ଅତିଥି ଭାବେ ଜୋନ ନଂ ୮ର ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜୟ ବେହେରା, ଜୋନ ନଂ ୯ର ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି, ସ୍ଥାନୀୟ ଆତ୍ମାର ସମ୍ପାଦକ ମନୋଜ କୁମାର ପାଢୀ, ବିଜେଡିର ଯୁବନେତା ସୁଧିର ପଟ୍ଟନାଏକ, ପଂଚାୟତ ବିଜେଡି ସଭାପତି ଲିଙ୍ଗରାଜ ବେହେରା, ସମାଜସେବୀ ମନୋଜ କୁମାର ଜୈନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ଗୌତମ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ ୟଙ୍ଗ୍‌ଷ୍ଟାର୍‌ ଫୁଟ୍‌ବଲ କ୍ଲବର ସଭାପତି ଦୀପକ ନାଏକ, ସମ୍ପାଦକ ବିଲୁ ଯାନୀ, କୋଷଧ୍ୟକ୍ଷ ଚନ୍ଦନ ବେହେରା, ତାପସ ନାଏକ, ତୋଫାନ ମାଝୀ, ମିଳନ ନାଏକ, ଜଗନ ବେହେରା, ଅଜେ ଯାନୀ, ସୁମନ ନାଏକ, ଚନ୍ଦନ ସରାଫ, ସୁବ୍ରତ ନାଏକ, ରାଜା ପାଣିଗ୍ରାହୀ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.