pakka

ପଶ୍ଚିମ ଓଡିଶା ଯୁବା ମଞ୍ଚର ୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଉତ୍‌ଥାନ -୨୦୨୧ ଅନୁଷ୍ଠିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ଯୁବା ମଞ୍ଚର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ଆଜି ସ୍ଥାନୀୟ ସ୍ୱୟଂ ହୋଟେଲ ଠାରେ ଉତ୍‌ଥାନ -୨୦୨୧ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର ୧୦ ଟି ଜିଲ୍ଲାର ମଞ୍ଚ ତରଫରୁ ବଲାଙ୍ଗିରରେ ପ୍ରଥମ କରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଉତ୍‌ଥାନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଲଢ଼ୁଆ ନେତା ପ୍ରଦୀପ ପୁରୋହିତ ପ୍ରଥମେ ନିଜ ଅଭିଭାଷଣ ଆରମ୍ଭ କରି ପଶ୍ଚିମ ଓଡିଶାର କଥା ଓ ବ୍ୟଥା ଉପରେ କହିଥିଲେ । ଗତ କରୋନା ସମୟରେ ପଶ୍ଚିମ ଓଡିଶା ଯୁବା ମଞ୍ଚ ଯେଉଁ ଭାବରେ ସାମାଜିକ ଦାୟିତ୍ୱ ନିର୍ବାହ କରିଥିଲା ତାହାକୁ ଶ୍ରୀ ପୁରୋହିତ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି ଅବସରରେ ଶ୍ରୀ ପୁରୋହିତ ବାଲକୋ ଆନ୍ଦୋଳନ ସମୟର ଏକ ଗୀତ ଗାଇଥିଲେ, ଯାହା ଦର୍ଶକଙ୍କୁ ବେଶ ମୋହିତ କରିଥିଲା । ସାଂସଦ ଆଚାର୍ଯ୍ୟ ମାଟିର ମୁକ୍ତି ପାଇଁ ଅଞ୍ଚଳବାସୀଙ୍କ ଭାବଗତ ଏକତା, ଭାଷାଗତ ଏକତା ଓ ସାଂସକୃତିକ ଏକତାକୁ ଆହୁରି ମଜବୁତ କରିବା ପାଇଁ ଆହ୍ୱାନ କରିଥିଲେ । ତା’ହାଲେ ଯାଇ ମାଟି ତଥା ଅଂଚଳର ପ୍ରକୃତ ଉନ୍ନତି ଓ ବିକାଶ ସମ୍ଭବ ହେବ । କେବଳ ଅନ୍ୟ ଉପରେ ଦୋଷ ଲଦି ଦେଲେ କୌଣସି ସୁଫଳ ମିଳିବ ନାହିଁ ବୋଲି ନିଜ ବକ୍ତବ୍ୟ ରଖିଥିଲେ । ଶେଷରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଅଞ୍ଚଳର ଇତିହାସ ତଥା ପୁରୁଣା ଗୌରବକୁ ମନେ ପକାଇ ଥିଲେ । ୯୦୦ ବର୍ଷ ପୂର୍ବରୁ ଅଂଚଳରେ ଗଣତନ୍ତ୍ର ଥିବା ବେଳେ ଅଂଚଳରେ ଦୁଇ ଦୁଇଟି ବିଶ୍ୱ ବିଦ୍ୟାଳୟ ଅଂଚଳର ପ୍ରତିଷ୍ଠାର ପ୍ରମାଣ । ଆଜି ମଧ୍ୟ ଆମେ ସମସ୍ତେ ଏକ ହୋଇ ଆମର ହକ ପାଇଁ ଲଢ଼ିଲେ ଅଂଚଳର ବିକାଶ ନିଶ୍ଚୟ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ କୋଶଳ ବାଦୀ ନେତା ପ୍ରମୋଦ ମିଶ୍ରଙ୍କୁ ପଶ୍ଚିମ ଓଡିଶା ଯୁବା ମଞ୍ଚ ତରଫରୁ ମାଟି ପାଇଁ ଜୀବନ ବ୍ୟାପୀ ଅବଦାନ ପାଇଁ ଲାଇଫ୍‌ ଟାଇମ ଏଚିଭମେଣ୍ଟ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ମଞ୍ଚ ତରଫରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

jay balangir
Leave A Reply

Your email address will not be published.

11 − 4 =