pakka

ଡେଲାଙ୍ଗରେ ବିଜେଡି କର୍ମୀଙ୍କ ଖୁସିର ଲହରୀ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ଡେଲାଙ୍ଗବାସୀ ଏକ ବର୍ଷ ପରେ ତାଙ୍କର ନୁଆ ବିଧାୟକ ଆଜି ପାଇଥିବାରୁ ଅଞ୍ଚଳବାସୀ ଓ ବିଜେଡି କର୍ମୀ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ସୂଚନା ଥାଉକି ଗତ ବର୍ଷ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀ ଅକାଳ ବିୟୋଗ ଘଟିଥିଲା । ଆଜି ସ୍ୱର୍ଗତ ମହାରଥୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଦିବସରେ ତାଙ୍କର ସୁପୁତ୍ର ତଥା ବିଜେଡି ବିଧାୟକ ପ୍ରାଥୀ ରୁଦ୍ର ପ୍ରତାପ ମହାରଥୀ ୯୬ ହଜାରରୁ ଅଧିକ ଭୋଟ ପାଇ ବିଜୟ ଲାଭ କରିଛନ୍ତି । ଏଥିପାଇଁ ଦଳୀୟ କର୍ମୀ ଓ ସମର୍ଥକମାନେ ଡେଲାଙ୍ଗର ବିଭିନ୍ନ ସ୍ଥାନରେ ପରସ୍ପରକୁ ମିଠା ଖୁଆଇ ବାଜା ବଜାଇ, ବାଣ ଫୁଟାଇ, ନାଚ ଗୀତର ତାଳେ ତାଳେ ବିଜୟ ଉତ୍ସବ ପାଳନ କରିଛନ୍ତି ।

jay balangir
Leave A Reply

Your email address will not be published.

18 + 5 =