csstore

ଟିଭିଏସ୍ ରାଇଡର ନୁଆ ବାଇକ୍‌ର ଲୋକାର୍ପଣ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଥିବା ବିନୋଦ ଟିଭିଏସ୍ ସୋରୁମରେ ଟିଭିଏସ୍ କମ୍ପାନୀର ନୁଆ ରାଇଡର ୧୨୫ ବାଇକର ଲୋକାର୍ପଣ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଂଟାବାଞ୍ଜି ଏସ୍‌ଡିପିଓ ହୃଷିକେଶ ମେହେର ଯୋଗ ଦେଇ ଲୋକାର୍ପଣ କରିଥିଲେ । ନୁଆ ବାଇକ୍ ପାଇଁ ଜିଲ୍ଲା ସାରା ସମସ୍ତ ସୋରୁମରେ ଏହାର ଲୋକାର୍ପଣ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ଠାରେ ମଧ୍ୟ ଏହାର ଲୋକାର୍ପଣ ହୋଇଯାଇଛି । ଅତ୍ୟାଧିକ ଜ୍ଞାନ କୌଶଳ ଏବଂ ଷ୍ଟାଇଲିଷ୍ଟ ଭାବେ ତିଆରି ହୋଇଥିବା ଏହି ବାଇକ୍ ଅନ୍ୟ ବାଇକ୍ ମଧ୍ୟରୁ ଭିନ୍ନ ଥିବା ଏବଂ ଯୁବ ଗ୍ରାହକମାନଙ୍କୁ ଆକର୍ଷିତ କରିବ ବୋଲି ସୋରୁମ ମାଲିକ କହିଛନ୍ତି । ଆଜିର ଏହି ଲୋକାର୍ପଣ ସମୟରେ ସହରର ବିଶିଷ୍ଟ ବ୍ୟକ୍ତି ସହ ଆଇନଜୀବୀ ସୁଧାଂଶୁ ଦାସ, କିଶୋର ମହେର, ସୁଧାଂସୁ ମେହେର, ରଶ୍ମିରଂଜନ ପୁଟେଲ, ବିଜୟ ଅଗ୍ରୱାଲ, ସରତ ସିଂ ଭୋଇ, ବବିତା ମେହେର, ମୁନା ମେହେର, ଗୋପାଲ ପୁଟେଲ, ପ୍ରତାପ ଭୋଇ, ଭିବିଷଣ ତାଣ୍ଡି, ପୃଥୀ ତାଣ୍ଡି, ବବଲୁ ବେହେରା, ଅଲେଖ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.