pakka

ସ୍ୱେଚ୍ଛାସେବୀଙ୍କ ହସ୍ତକ୍ଷେପ ପରେ ହୁଇଲ ଚେୟାର ପାଇଲେ ପଦ୍ମିନୀ ଓ ରାଜକୁମାରୀ

bbehera

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ଗ୍ରାମ ପଞ୍ଚାୟତର କାଉଡୋଲା ଗାଁର ପଦ୍ମିନୀ ନାଏକ ଅତି ନିରୀହ ଗରିବ ପରିବାରର । ତାଙ୍କର ନିଜର ବୋଲି କେହି ନାହିଁ । ପୁଅ ନାହିଁ କି ଝିଅ ନାହିଁ । ସ୍ୱାମୀ ଆରପାରିକୁ ଚାଲିଗଲା ପରେ ସେ ଏବେ ବହୁତ ଦୁଃଖ କଷ୍ଟରେ ରହୁଥିଲେ । ତାଙ୍କର କେହି ନଥିବାରୁ ସେ ବହୁତ ଅସୁବିଧାରେ ଦିନ କାଟୁଛନ୍ତି । ସେ ଠିକ୍‌ ସେ ଚାଲି ପାରନ୍ତି ନାହିଁ । ଏଣୁ ତାଙ୍କୁ ଏକ ହୁଇଲ ଚେୟାର ଦେବାକୁ ବିଭିନ୍ନ ଗଣମାଧ୍ୟମ ଖବର ପ୍ରକାଶିତ ହୋଇଥିଲା । ଏହା ଜାଣିବା ପରେ କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ଓ କୋକସରା ପଞ୍ଚାୟତ ସମିତିକୁ ଏହି ସମସ୍ୟା ବିଷୟରେ ଜଣାଇଥିଲେ । ଅଭିଯୋଗ ପାଇଲା ପରେ ବ୍ଲକ ପ୍ରଶାସନ ଏହାର ତଦନ୍ତ କରି ତାଙ୍କୁ ଏକ ହୁଇଲ ଚେୟାର ପ୍ରଦାନ କରିଛନ୍ତି । ସେ ହୁଇଲ ଚେୟାର ପାଇଲା ପରେ ଏବେ ବହୁତ ଖୁସି ଥିବା କଥା କହିଛନ୍ତି । ସେହିପରି ଆଉଜଣେ ସେହି ଗାଁର ରାଜକୁମାରୀ ସତନାମି ଅତି ଗରିବ ଶ୍ରେଣୀର । ତାଙ୍କର ନିଜର ବୋଲି କେହି ନାହାନ୍ତି । ନିଜର ବୋଲି ପୁଅ ନାହିଁ କି ଝିଅ ନାହିଁ, ପର ଭରସା । ବହୁ ଦିନ ହେଲା ରାଜକୁମାରୀ ପକ୍ଷଘାତ ରୋଗରେ ଆକ୍ରାନ୍ତ ହୋଇ ଦୁଇ ହାତ ସାହାଯ୍ୟରେ ବାହାରେ ବୁଲିବା, ଲାଟ୍ରିନ ଯିବା ଓ ଅନ୍ୟାନ୍ୟ କାର୍ଯ୍ୟ ସବୁ କରିଥାନ୍ତି । ତାଙ୍କର ଦୈନନ୍ଦିନ କାର୍ଯ୍ୟ କରିବା ପାଇଁ ଏକ ହୁଇଲ ଚେୟାର ପ୍ରଦାନ କରିବାକୁ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥିଲା । ଏହି ସମସ୍ୟା ବିଷୟରେ ଜାଣିଲା ପରେ କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ଏହି ସମସ୍ୟାକୁ ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ଓ କୋକସରା ବ୍ଲକ ପ୍ରଶାସନଙ୍କୁ ଜଣାଇ ତାଙ୍କର ଚଲାବୁଲା କରିବା ପାଇଁ ଏକ ହୁଇଲ ଚେୟାର ଦେବାକୁ ନିବେଦନ କରିଥିଲେ । ଅଭିଯୋଗ ପାଇଲା ପରେ ଏହାର ତଦନ୍ତ କରି ତାଙ୍କୁ ହୁଇଲ ଚେୟାର ପ୍ରଦାନ କରିଛନ୍ତି । ହୁଇଲଚେୟାର ପାଇ ରାଜକୁମାରୀ ବହୁତ ଖୁସି ଥିବା କହିଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି କାର୍ୟ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

13 + nine =