ପଶ୍ଚିମ ଓଡିଶା ମହିଳା ସଂଗଠନ ଦ୍ୱାରା କୁଷ୍ଠରୋଗୀଙ୍କୁ ହୁଇଲ ଚେଆର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଷ୍ଠ ରୋଗୀମାନେ ରୋଗରେ ଅଙ୍ଗ ହରାଇବା ଫଳରେ ଦୈନନ୍ଦିନ ଜୀବନରେ ଯାତାୟତ କରିବା ପାଇଁ ଖୁବ କଷ୍ଟ ଭୋଗୁଛନ୍ତି । ତାଙ୍କର କଷ୍ଟ ଲାଘବ କରିବା ପାଇଁ ଆଜି ପୁଇଁନ୍ତଳା ବ୍ଲକ ସ୍ଥିତ ନାରାୟଣ କୋଲିନୀଠାରେ ବସବାସ କରୁଥିବା କୁଷ୍ଠରୋଗୀଙ୍କୁ ପଶ୍ଚିମ ଓଡିଶା ମହିଳା ସଂଗଠନ ହୁଇଲ ଚେଆର, ଷ୍ଟିକ ଓ ଟ୍ରାଇ ସାଇକଲ ପ୍ରଦାନ କରିଛି । ସଂଗଠନ କଲୋନୀକୁ ଯାଇ ଯାତାୟାତରେ କଷ୍ଟ ଭୋଗୁଥିବା ରୋଗୀମାନଙ୍କ ଚିଠା ପ୍ରସ୍ତୁତ କରିବା ସହ କେଉଁ ରୋଗୀଙ୍କୁ କଣ ସରଞ୍ଜାମ ଦିଆଯିବ ତାହା ପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡିଥିଲା । ବଲାଙ୍ଗିର ନିରାତାର ଡାକ୍ତର ସୁରେନ୍ଦ୍ର ଭୋଇ ଓ ଡାକ୍ତର ଅନୀଲ ନାୟକଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ପ୍ରଥମ ପର୍ଯ୍ୟାୟରେ ୧୦ ଜଣ ରୋଗୀଙ୍କୁ ୮ଟି ଆଶା ବାଡି, ୮ଟି ହୁଇଲ ଚେଆର୍‌ ଓ ୨ଟି ଟ୍ରାଇ ସାଇକଲ ପ୍ରଦାନ କରାଯାଇଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୮ଜଣ ରୋଗୀଙ୍କୁ ୭ଟି ହୁଇଲ ଚେଆର, ୭ ଟି ଆଶା ବାଡି ଓ ଗୋଟିଏ ଟ୍ରାଇ-ସାଇକଲ ସଂଘ ପକ୍ଷରୁ ପ୍ରଦାନ କରାଯାଇଛି । ସେହିପରି ଆଗଲପୁର ବ୍ଲକ ଉପରବହାର ପଞ୍ଚାୟତର ଫଟାମୁଣ୍ଡା ଗାଁରେ ମନୋଜ ହରପାଲ ନାମକ ଜଣେ ଯୁବକ କ୍ଷତ ଦ୍ୱାର ସଂକ୍ରମିତ ହୋଇ ଶଯ୍ୟାଶାୟୀ ହୋଇ ପଡିଛନ୍ତି । ଶଯ୍ୟାଶାୟୀ ହୋଇ ପଡିଥିବା ସ୍ଥଳେ ତାଙ୍କର ଅଣ୍ଟା ଓ ପିଠିରେ ଘା ହୋଇ ଯାଇଥିଲା । ସଂଗଠନ ମନୋଜର ସ୍ୱାସ୍ଥ୍ୟବସ୍ଥା ବୁଝିବା ପରେ ତାଙ୍କୁ ଏକ ଏଆର ବେଡ ପ୍ରଦାନ କରିବା ସହ ତାଙ୍କର ଅବସ୍ଥା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଚର୍ଚ୍ଚା କରିଥିଲେ । ସଂଗଠନର ସଭାନେତ୍ରୀ ସବିତା ନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୀପ ମୁଗ୍ରୀ, ସବିତା ଦୀପ, ମନୋରଞ୍ଜନ କୁମ୍ଭାର, ଜ୍ୟୋତିଷ ମୁଗ୍ରୀ ଓ ବିନୋଦ ମୁଗ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

9 + three =