pakka

ଓଏଏସ ପାଇଥିବା ନୀହାରିକା ଝାଙ୍କରଙ୍କୁ କେଉଁଟ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତବର୍ଷ ଓଡିଶା ସିଭିଲସର୍ଭିସ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ନୀହାରିକା ଝାଙ୍କରଙ୍କୁ ତାଙ୍କ ନିଜ ଜାତି ସମାଜ ପଶ୍ଚିମ ଓଡିଶା କେଉଁଟ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବଲାଙ୍ଗିର ଶାନ୍ତିପଡାଠାରେ ରହୁଥିବା ନୀହାରିକାଙ୍କ ଘରକୁ ଯାଇ ପଶ୍ଚିମ ଓଡିଶା କେଉଁଟ ସମାଜର ଉମେଶଚନ୍ଦ୍ର ଝାଙ୍କରଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଯାଇ ତାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେଉଁଟ ସମାଜର ଦାମୋଦର ନାଏକ, ଡୋଲାମଣୀ ତରିଆ, ଟଙ୍କଧର କାଲୋ, ପ୍ରଦୀପ ସା, ଦ୍ୟୁତିରଂଜନ ମହାଲିଙ୍ଗ, ଟଙ୍କଧର ବାରିକ, ପଞ୍ଚାନନ ସେଠ, ଘାସିରାମ ବେହେରା, ଗୋପୀନାଥ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହିଥିଲେ । କେଉଁଟ ସମାଜ ଆଜି ପର୍ଯ୍ୟନ୍ତ ଏକ ଅନୁନ୍ନତ ସମାଜ ହିସାବରେ ରହିଛି । ସେହି ବର୍ଗର ଜଣେ ଝିଅ ଆଜି ନିଜ ଉଦ୍ୟମରେ ସଫଳତା ପାଇଛନ୍ତି । ସେ ଜାତିର ଗୌରବ ବଢାଇବା ସହିତ ଓଡିଶାର ଲୋକଙ୍କୁ ଉତ୍ତମ ସେବା ଯୋଗାଇବାରେ ଉତ୍ସାହିତ ହେବେ ବୋଲି ତାଙ୍କୁ ଜାତିସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ବୋଲି କୁହାଯାଇଛି ।

jay balangir
Leave A Reply

Your email address will not be published.

four × one =

error: Content is protected !!