pakka

୪ଛାତ୍ରୀଙ୍କୁ ପାଇଖାନାରେ ବନ୍ଦ ଘଟଣା : ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ପୋସ୍କୋ କୋର୍ଟ ଚାଲାଣ

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ଅଧିନସ୍ଥ ବୁରୋମାଲ ସରକାରୀ ଉନ୍ନୀତ ହାଇସ୍କୁଲର ପରିଚାଳନା କମିଟି ସଭାପତି ଅଧ୍ୟୟନରତା ୪ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପାଇଖାନାରେ ଅକାରଣେ ମଂଗଲବାର ଦିନ ବନ୍ଦ କରିଦେଇଥିଲେ । ତେବେ ସେହି ଘଟଣାକୁ ନେଇ ଛାତ୍ରୀ ଓ ଅଭିଭାବକମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ମଂଗଲବାର ରାତିରେ ପୋଲିସ ସ୍କୁଲ ସଭାପତି ଅଶୋକ ଓରଫ ସଦାନନ୍ଦ ବନଛୋର (୩୫)କୁ ଅଟକ ରଖି ପଚରା ଉଚୁରା କରିଥିଲା । ଏବଂ ସେହିପରି ସ୍କୁଲ ୪ ଜଣ ଛାତ୍ରୀଙ୍କୁ ମଧ୍ୟ ପୋଲିସ ତଦନ୍ତ ପରିସରକୁ ଆଣି ଯାଣିବାକୁ ପାଇଥିଲା ଏହି ଘଟଣାରେ ସତ୍ୟତା ଅଛି । ତେଣୁ କରି ଆଜି ବୁଧବାର ୪ଜଣ ନାବାଳିକା ଛାତ୍ରୀଙ୍କୁ ସଭାପତି ବନଛୋର ଗାଲି ଗୁଲଜ କରିବା ସହିତ ସ୍କୁଲ ପାଇଖାନାରେ ଅଧାଘଂଟା ଧରି ଭର୍ତି କରି ଦେଇ ଆଗପଟୁ ତାଲା ଦେଇଥିଲେ । ପରେ ଉକ୍ତ ନାବାଳିକାମାନେ କାନ୍ଦ ବୋବାଲି କରିବା ସହିତ ଚିତ୍କାର କରିଥିଲେ । ଚିକ୍ରାରକୁ ଶୁଣି ପୁଣି ସଭାପତି ପାଇଖାନାର ତାଲା ଖୋଲିଦେଇଥିଲେ । ଆହୁରି ଅଭିଯୋଗ ଅଛି ଯେ ଏହି ନାବାଳିକାମାନଙ୍କୁ ସଭାପତି ହାତ ଧରି ଟଣା ଓଟରା କରିଥିଲେ । ଏହି ସମୟରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକମାନେ ଶ୍ରେଣୀ କକ୍ଷରେ ଥିବାରୁ ଘଟଣା ବିଷୟରେ ଜାଣିପାରି ନ ଥିଲେ । ଏହିସବୁ ସଭାପତିଙ୍କ ଆଚରଣକୁ ନେଇ କଂଟାବାଂଜି ପୋଲିସ କେସ (ନଂ. ୨୨୩/୮.୮.୨୦୨୩) ଦଫା ୩୪୧, ୨୯୪, ୪୪୮, ୩୪୨, ୩୫୪ ଆଇ.ପି.ସି. ଆର.ଡବ୍ଲୁ. ସେକ୍ସନ ୧୨ ପୋସ୍କୋ ରୁଜୁ କରି ବଲାଙ୍ଗିର ପୋସ୍କୋ କୋର୍ଟକୁ ଚାଲାଣ କରିଥିବା ପୋଲିସ ଥାନା ଅଧିକାରୀ ରଶ୍ମିତା ବେହେରାଙ୍କ ସୂତ୍ରରୁ ପ୍ରକାଶ । ଘଟଣା ବାବଦରେ ସଂପୃକ୍ତ ପ୍ରଧାନ ଶିକ୍ଷକ ବିଭୁଦତ ସାହୁଙ୍କୁ ପଚାରିବାରୁ ସେ ଛୁଟିରେ ଥିବା କହିଥିବା ବେଳେ ଦାୟିତ୍ୱରେ ଥିବା ଶିକ୍ଷକ ଶରତ ମେହେର ଘଟଣା ବାବଦରେ ଜାଣିବା ପରେ କିପରି ସଭାପତିଙ୍କ ବିରୋଧରେ କୌଣସି ପ୍ରକାର ପଦକ୍ଷେପ ନେଲେ ନାହିଁ ବୋଲି ଆଲୋଚନା ହେଉଛି ।

jay balangir
Leave A Reply

Your email address will not be published.

4 × four =

error: Content is protected !!