csstore

କଂଟାବାଂଜିରେ ଜିଲ୍ଲାସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ଜି.ଆର. ପ୍ୟାଲେସରେ ଜିଲ୍ଲାସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ବୁଧବାର ଦିନ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଆଦିବାସୀ ସଂଘ ଓ ଆବାହକ ଜିଲ୍ଲା ଆଦିବାସୀ ସଂଘ ତରଫରୁ ଏହି ଦିବସ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଶହସ୍ରାଧିକ ଆଦିବାସୀ ମହିଳା ପୁରୁଷ ସାମିଲ ଥିଲେ । ପ୍ରଥମେ ଆଦିବାସୀ ମହାପୁରୁଷ ଓ ଦେବାଦବୀଙ୍କୁ ପୂଜା ଅର୍ଚ୍ଚନା କରିଥିଲେ । ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ନଗର ପରିକ୍ରମା କରିଥିଲେ । ଏହି ଦିବସର ମୁଖ୍ୟ ଆବାହକ ତୁରେକେଲା ବ୍ଲକ ଗଣ୍ଡ ସମାଜ ସଭାପତି ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ସତ୍ୟନାରାୟଣ ଭୋଇ ଯୋଗଦେଇ ଆଦିବାସୀମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାରକୁ ବିରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂପାଦକ ପୁରୁଷୋତମ ଧରୁଆ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଶରତ ସିଂ ଭୋଇ, ଗୁଡଭେଲା ବ୍ଲକ ସଭାପତି ଘନଶ୍ୟାମ ପ୍ରଧାନୀ, ତୁରେକେଲା ବ୍ଲକ ଆଦିବାସୀ ସଂଘ ସଭାପତି ଦୁଃଖୀଶ୍ୟାମ ଭୋଇ, ସମ୍ମାନୀତ ଅତିଥି ଶ୍ରୀଧର ମାଝି, ଦୈତାରୀ ଭୋଇ ସହିତ ଅନ୍ୟ ଅତିଥି ମଂଚାସୀନ ଥିଲେ ।

jayashree
Leave A Reply

Your email address will not be published.