pakka

ଅଗଷ୍ଟ ୧୯ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୯ତମ ପ୍ରତିଷ୍ଠା ଦିବସ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୯ତମ ପ୍ରତିଷ୍ଠା ଦିବସ ଆସନ୍ତା ଅଗଷ୍ଟ ୧୯ ତାରିଖ ଦିନ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ କରିବା ପାଇଁ ସ୍ଥିରୀକୃତ ହୋଇଛି । ଏଥିପାଇଁ ସଂଗ୍ରାମୀ ବନ୍ଧୁଙ୍କ ସହ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୯ତମ ପ୍ରତିଷ୍ଠା ଦିବସରେ ଯୋଗଦାନ କରିବାକୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ୮୦ ଦଶକରେ ଏକ ବିରାଟ ଜନ ଆନ୍ଦୋଳନ ବାଲକୋ କମ୍ପାନୀ ବିରୁଦ୍ଧରେ ହୋଇଥିଲା । ଏହି ଆନ୍ଦୋଳନରେ ଅଞ୍ଚଳର ଅନେକ ସଂଗ୍ରାମୀମାନେ ସ୍ଵତଃସ୍ପୃତ ଭାବରେ ସାମିଲ ହୋଇଥିଲେ । ଏହି ପ୍ରତିଷ୍ଠା ଦିବସ ପାଳନ ଉପଲେକ୍ଷ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆବାହକ ଦୁର୍ଯ୍ୟୋଧନ ପୁଟା, ଧିରେନ ମହାନ୍ତି, ରାହାସ ବିହାର ସାହୁ, ଦିଲ୍ଲୀପ ବେହେରା, ସୁରେଶ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

18 − 6 =

error: Content is protected !!