pakka

ନେହେରୁ ଯୁବ କେନ୍ଦ୍ର ଦ୍ୱାରା ମେରା ମାଟି ମେରା ଦେଶ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶ ସ୍ୱାଧୀନର ୭୫ ବର୍ଷ ପୁର୍ତ୍ତି ଅବସରରେ ସାରା ଭାରତ ଆଜାଦି କା ଅମୃତ ମହୋତ୍ସବ ପାଳନ ହୋଇଅଛି, ଏହି ଅବସରରେ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଆରମ୍ଭ ହୋଇ ଏହା ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପରିପ୍ରେକ୍ଷୀରେ ସମ୍ପ୍ରତି ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଦ୍ୱାରା ଜିଲ୍ଲାର ପ୍ରତ୍ୟେକ ପଂଚାୟତରେ ୭୫ଟି ଲେଖାଏଁ ବୃକ୍ଷ ରୋପଣ କରିବା ପାଇଁ ସ୍ଥିରୀକୃତ ହୋଇଅଛି, ଏହି କ୍ରମରେ ଆଜି ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଓ ୧୮୯ ସିଆରପିଏଫ୍‌ ବାଟାଲିୟନଙ୍କ ମିଳିତ ସହଯୋଗ ତଥା ଗୋପବନ୍ଧୁ ଯୁବକ ସଂଘ ଭାନପୁରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭାନପୁର ସ୍କୁଲ ନିକଟସ୍ଥ ପତ୍ର ଜଙ୍ଗଲରେ ଏକ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୂପେ ସିଆରପିଏଫ୍‌ କମାଣ୍ଡିଙ୍ଗ ଅପିସର ଯୋଗଦାନ ପୂର୍ବକ ସମବେତ ସିଆରପିଏଫ୍‌ ଯବାନ ଯୁବକ ସଂଘ କର୍ମକର୍ତ୍ତା ମେରା ମାଟି ମେରା ଦେଶ ଶୀର୍ଷକ ଶପଥ ପାଠ କରାଇଥିଲେ, ଏହି ମେରା ମାଟି ମେରା ଦେଶ ବନୀକରଣ କାର୍ଯ୍ୟକ୍ରମରେ ଏସ୍‌ପି ସିଆରପିଏଫ୍‌ ଶ୍ରୀ ପଣ୍ଡା ଏବଂ ଡେପୁଟି କମାନଡେଣ୍ଟ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ପରେ ଉପସ୍ଥିତ ସିଆରପିଏଫ୍‌ ଯବାନ, ଯୁବକ ସଂଘ ସଦସ୍ୟ ଗଣ ଏବଂ ନେହେରୁ ଯୁବ କେନ୍ଦ୍ର କର୍ମକର୍ତ୍ତା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଏବଂ ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା, ବନୀକରଣ କାର୍ଯ୍ୟକ୍ରମ ପରେ ସାମୁହିକ ଜାତୀୟ ସଂଗୀତ ଗାନ ପୂର୍ବକ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଏହି ସଭା ସଭାପତିତ୍ୱ କରିଥିଲେ ନେହେରୁ ଯୁବା କେନ୍ଦ୍ର ବଲାଙ୍ଗିର ଯୁବ ଅଫିସର ଏ.ଭି.ନରସିଂମା କୁମାର । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ ସିଆରପିଏଫ୍‌ ଶ୍ରୀ ମିଶ୍ର, ନେହେରୁ ଯୁବ କେନ୍ଦ୍ର ବିପିନ ବିହାରୀ ଜେନା, ବଳିୟାର ସିଂ ବସ୍ତିଆ, ଗୋପବନ୍ଧୁ ଯୁବକ ସଂଘର ଖଗେଶ୍ୱର ପଲତା, ପାର୍ଥ କର୍ଣ୍ଣ, ବିଜା ପାତ୍ର ଓ ଭାନପୁର ଗ୍ରାମବାସୀ ବୃନ୍ଦ ।

jay balangir
Leave A Reply

Your email address will not be published.

12 + 1 =

error: Content is protected !!