pakka

ଚାଉଲସୁଖା ପଂଚାୟତରେ ଭାଜପା, ବିଜେଡି ଓ କଂଗ୍ରେସର ତିନି ଜିଲ୍ଲା ପରିଷଦ ପ୍ରାର୍ଥୀ ମୁହାଁମୁହିଁ ଭୋଟ ପ୍ରଚାର

bbehera

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବିଧାନ ସଭା ନିର୍ବାଚନ ମଣ୍ଡଳିର ତୁରେକେଲା ବ୍ଲକର ଜୋନ ନଂ. ୧୧ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡି, ବିଜେପି ଓ କଂଗ୍ରେସର ତିନି ଜଣ ପ୍ରାର୍ଥୀ ଚାଉଲସୁଖା ପଂଚାୟତର ରେଂଗାଲି ଗ୍ରାମରେ ଆଜି ମୁହାଁମୁହିଁ ଭୋଟ ପ୍ରଚାର କରିଛନ୍ତି । କଂଗ୍ରସ ପ୍ରାର୍ଥୀ କୌଶିକ ମେହେରଙ୍କ ପାଇଁ ବର୍ତମାନର ବିଧାୟକ ସନ୍ତୋଷ ସିଂ ସାଲୁଜା ଭୋଟ ଭିକ୍ଷା କରୁଥିବା ବେଳେ ବିଜେଡି ସରକାରଙ୍କୁ ଭର୍ତ୍ସନା କରି ବାର୍ଦ୍ଧକ୍ୟ ଭତା, ମମିତା ମେହେର ହତ୍ୟାକାଣ୍ଡ ତଥା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନୀରେ ଆଦିବାସୀ ଓ ପଛୁଆ ବର୍ଗଙ୍କୁ ସରପଂଚ, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଅଧ୍ୟକ୍ଷା ପଦବୀରେ ୨୩ଟି ଜିଲ୍ଲାର ବାସୀଙ୍କୁ ପ୍ରତାରଣା କରିଥିବା କହିଛନ୍ତି । ସେହିପରି ବିଜୁ ଜନତା ଦଳରୁ ପ୍ରତିଦ୍ୱନ୍ଦିତା କରୁଥିବା ପୁରୁଷୋତମ କୁଅଁର ଜଣେ ନୂଆଁ ଚେହେରା । ତାଙ୍କ ପାଇଁ ବିଜେଡିର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତଥା ଗତ ନିର୍ବାଚନୀରେ ବିଜେଡିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ଅଜୟ ଦାସ ଭୋଟ ଭିକ୍ଷା କରୁଛନ୍ତି ।

ନବୀନ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟକୁ ଜନ ସାଧାରଣଙ୍କ ଠାରେ ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି ସେହିପରି ଭାରତୀୟ ଜନତା ପାର୍ଟୀର ପ୍ରାର୍ଥୀ ସୁଦର୍ଶନ କଟା ପାଇଁ ଭାଜପାର ଗତ ନିର୍ବାଚନୀରେ ପରାଜିତ ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ କେନ୍ଦ୍ରର ଭାଜପା ସରକାର ତଥା ନରେନ୍ଦ୍ର ମୋଦୀଙ୍କ ଜନ କଲ୍ୟାଣ ଯୋଜନାକୁ ପାଥେୟ କରି ଭୋଟ ଭିକ୍ଷା କରୁଛନ୍ତି । ଜୋନ ନଂ ୧୧ରୁ କଂଗ୍ରେସ ପ୍ରାର୍ଥୀ ଥିବା କୌଶିକ ମେହେର ଗତ ୨୦୧୪ ନିର୍ବାଚନୀରେ ଜୋନ ନଂ ୧୧ରୁ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ ।

ସେହିପରି ବର୍ତମାନର ଭାଜପା ଜିଲ୍ଲା ପରିଷଦ ପ୍ରାର୍ଥୀ ସୁଦର୍ଶନ କଟା ଖଗସା ପଂଚାୟତର ସରପଂଚ ଥିବା ବେଳେ ବିଜେଡି ପ୍ରାର୍ଥୀ ପୁରୁଷୋତମ କୁଅଁର ରାଜନୀତିରେ ଜଣେ ନୂଆ ଚେହେରା । ତୁରେକେଲା ବ୍ଲକର ଦୁଇଟି ଜୋନ ନଂ.୧୦ ଓ ୧୧ରେ କୌଣସି ହେବି ୱେଟ ନେତା ତିନି ପ୍ରମୁଖ ଦଳରୁ ପ୍ରଚାର କରୁ ନ ଥିବା ବେଳେ କଂଗ୍ରେସର ବର୍ତମାନ ବିଧାୟକ ସାଲୁଜା, ବିଜେଡିରୁ ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସଂପାଦକ ହାଜି ମହମ୍ମଦ ଅୟୁବ ଖାନ, ବିଧାୟକ ପରାଜିତ ପ୍ରାର୍ଥୀ ଅଜୟ ଦାସ ଏବଂ ଭାଜପାରୁ ପରାଜିତ ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ ଏବଂ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଭୋଟ ଭିକ୍ଷା କରୁଛନ୍ତି ।

jay balangir
Leave A Reply

Your email address will not be published.

5 × two =