pakka

ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକରେ ଆସନ୍ତା କାଲିଠାରୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଭୋଟ ଗଣତି

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକର ୧୦୯ଟି ଗ୍ରା.ପ.ରେ ଅନୁଷ୍ଠିତ ହୋଇଯାଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଭୋଟ ଗଣତି ଆସନ୍ତା କାଲିଠାରୁ ୨୬, ୨୭ ଓ ୨୮ ତାରିଖ ୩ଦିନ ଧରି ଅନୁଷ୍ଠିତ ହେବ । ଜିଲ୍ଲାର ସମସ୍ତ ୬ଟି ବ୍ଲକ ସୋନପୁର, ବୀରମହାରାଜପୁର, ଉଲୁଣ୍ଡା, ବିନିକା, ଡୁଙ୍ଗୁରୀପାଲି ଓ ତରଭାର ୬ଟି ଭୋଟ ଗଣତି କେନ୍ଦ୍ରରେ ଗଣତି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସବୁପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଥମ ଦିନରେ ଶନିବାର ୬ଟି ଜିଲ୍ଲା ପରିଷଦ ଜୋନ୍ ଏବଂ ତା’ପର ଦିନ ରବିବାର ଅନ୍ୟ ୬ଟି ଜୋନ୍ ଅନ୍ତର୍ଗତ ଗ୍ରା.ପ.ର ପ୍ରତିଦ୍ବନ୍ଦିତା ହୋଇଥିବା ସମସ୍ତ ୱାର୍ଡ ମେମ୍ବର, ସରପଂଚ, ସମିତି ସଭ୍ୟ ସମେତ ଜିଲ୍ଲା ପରିଷଦ ସଭ୍ୟଙ୍କ ଭୋଟ ଗଣତି ହେବ । ଠିକ୍ ସେହିକ୍ରମରେ ଆସନ୍ତା ସୋମବାର ୨୮ ତାରିଖରେ କେବଳ ଡୁଙ୍ଗୁରିପାଲି ବ୍ଲକର ୩ନଂ ଜୋନ୍‌ର ଗଣତି ହେବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସବୁ ଭୋଟ ଗଣତି କେନ୍ଦ୍ରର ଭିତରେ ଏବଂ ବାହାରେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ବୋଲି ଆରକ୍ଷୀ ଅଧୀକ୍ଷକ ସୀତାରାମ ଶତପଥୀ କହିଛନ୍ତି ।

jay balangir
Leave A Reply

Your email address will not be published.

eighteen − four =