pakka

ଭିଜିଲାନ୍ସ ଜାଲରେ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଝାରବନ୍ଧ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧି କାର୍ଯ୍ୟରତ ଜଣେ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ସୂଚନା ରହିଛି । ଏଠାରେ ସୂଚନା ଯୋଗ୍ୟ ଯେ କିଛି ଦିନ ତଳେ ବିଦ୍ୟାଳୟରେ ଅନୁପସ୍ଥିତ ଥିବା ଶିକ୍ଷକମାନଙ୍କ ଦରମାକୁ ଶ୍ରୀ ଭୋଇ ବନ୍ଦ କରିଥିଲେ ପୁଣି ସେହି ଦରମାକୁ ବନ୍ଦ ନକରିବା ପାଇଁ ଶିକ୍ଷକମାନଙ୍କୁ ପାଞ୍ଚ ହଜାର ଟଙ୍କା ଦାବୀ କରିଥିଲେ । କିଛି ସଚେତନ ଶିକ୍ଷକ ଏଭଳି ଦୁର୍ନୀତିକୁ ବିରୋଧ କରିବା ସହ ଭିଜିଲାନ୍ସ ବିଭାଗକୁ ଯୋଗାଯୋଗ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

four − 3 =