pakka

ସମ୍ବଲପୁରୀ କପଡା ବଜାରକୁ ନୂତନ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କ ପରିଦର୍ଶନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ସର୍ବବୃହତ୍‌ ସମ୍ବଲପୁରୀ କପଡା ବଜାର ବରଗଡ଼ ଜିଲ୍ଲାର ବେହେରା ଠାରେ ପ୍ରତି ବୁଧବାର ଦିନ ବୁଣାକାରମାନଙ୍କର କିଣା ବିକା ଚାଲି ଥାଏ । ସପ୍ତାହିକ ବଜାରରେ ସମ୍ବଲପୁରୀ ଶାଢି ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ ଏଠାରେ ମିଳିବା ସହ ବୁଣାକାର ନିଜ ବୁଣା ଶାଢିକୁ ଏଠାରେ ବିକ୍ରୟ କରିଥାଏ । ନୂତନ ଭାବେ ବୟନ ଶିଳ୍ପ ମନ୍ତ୍ରୀ ଦାୟିତ୍ୱ ନେଲା ପରେ ବିଜେପୁର ବିଧାୟିକା ରୀତା ସାହୁ ଏହି ବଜାରକୁ ପରିଦର୍ଶନ କରି ବୁଣାକାରମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଏହାର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି । ମନ୍ତ୍ରୀଙ୍କ ପରିଦର୍ଶନ ଅଞ୍ଚଳର ବୁଣାକାରମାନଙ୍କ ମନରେ ଏକ ଆଶା ସୃଷ୍ଟି କରିଛି । ମନ୍ତ୍ରୀଙ୍କୁ ନିଜ ଗହଣରେ ପାଇ ବଜାର କମିଟି ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ଅଯୋଧ୍ୟା ମେହେର ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମହେନ୍ଦ୍ର ମେହେର, ନବ ମେହେର, ଗିରିଧାରୀ ମେହେର, ପ୍ରସନ୍ନ ମେହେର ପ୍ରମୁଖ ବୁଣାକାରମାନଙ୍କର ବିଭିନ୍ନ ସମସ୍ୟା ଉପରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଲୋକ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ବୁଣାକାର କବି ରୋହିତ ମେହେର ଧନ୍ୟବାଦ ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

20 − 20 =