pakka

ଲରମ୍ଭା ସମବାୟ ସମିତି ବୈଠକରେ ଜଣେ ଚାଷୀଙ୍କୁ ସଭାପତି କରିବାକୁ ନିଷ୍ପତ୍ତି

bbehera

-ସେବା ସମବାୟ ସମିତି ବେପାରୀମାନଙ୍କ କବଳରୁ ମୁକ୍ତି କରିବାକୁ ଚାଷୀ ମାହୋଲରେ ଉଦ୍‌ବେଗ
ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ସେବା ସମବାୟ ସମିତି ଅଧିନରେ ଥିବା ସମସ୍ତ ଗାଁ ଗୁଡ଼ିକର ତଥା ସମବାୟ ସମିତିର ସଭ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସରକାରଙ୍କ ନାମାନୁସାରେ ସମବାୟ ସମିତି ନିର୍ବାଚନ ଉପରେ ବୈଠକରେ ଆଲୋଚନା କରାଯାଇଥିବା ବେଳେ ଜଣେ ଚାଷୀଙ୍କୁ ସଭାପତି ଭାବେ ମନୋନୀତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ଯେକୌଣସି ରାଜନୈତିକ ବ୍ୟକ୍ତିଙ୍କ ଚାପରେ ସଭାପତି କରା ନଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେବା ସମବାୟ ସମିତିରେ କେବଳ ବେପାରୀମାନଙ୍କ କବଳରୁ ମୁକ୍ତି କରି ସୁଚାରୁ ରୂପେ ଆଗାମୀ ଦିନରେ ଚାଷୀ ତାର ଧାନ ବିକି ପାରିବେ ତାହାକୁ ଗୁରୂତ୍ଵ ଦିଆଯାଇଥିଲା । ଏଥିରେ ଲରମ୍ଭା ସମିତି ସଭ୍ୟ ଆଶିଷ ସାହୁ, ବିବେକାନନ୍ଦ ବାରିକ, ବିଭୁତି ସାହୁ, କାର୍ତ୍ତିକ ମହାକୁର, ଭୋଜରାଜ ପ୍ରଧାନ, କାନୁଭୋଇ ପ୍ରମୁଖଙ୍କ ସହ ଶତାଧିକ ସଭ୍ୟ ଚାଷୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

17 + 9 =