pakka

ସାଥୀ ତ୍ରିନାଥ ବେହେରାଙ୍କ ଦେହାନ୍ତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଗଞ୍ଜାମ ଜିଲ୍ଲାର ବରିଷ୍ଠ ନେତା ସାଥୀ ତ୍ରିନାଥ ବେହେରାଙ୍କ ଅକସ୍ମାତ୍ ବିୟୋଗରେ ରମ୍ଭା ସହର ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗତ ମଙ୍ଗଳବାର ରାତି ପ୍ରାୟ ଦଶଟା ବେଳେ ନିଜ ବାରଣ୍ଡାରେ ବସିଥିବା ବେଳେ ହଠାତ୍ ଅସୁସ୍ଥତା ଯୋଗୁଁ ମୁହଁ ମାଡ଼ି ତଳେ ପଡିଗଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସାଥୀ ତ୍ରିନାଥ ବେହେରାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା କମ୍ୟୁନିଷ୍ଟ ପାର୍ଟିର ଅପୂରଣୀୟ କ୍ଷତି ଘଟିବା ସହ ରମ୍ଭା ସହର ସମେତ ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଜିଲ୍ଲାର ଏକ ଦରଦୀପ୍ରାଣ ମଣିଷକୁ ହରାଇଲା ବୋଲି ଗଣନା କରାଯାଇଛି ।

jay balangir
Leave A Reply

Your email address will not be published.

3 × three =