pakka

ଚିକିଟି ରାଜବଂଶର ରାଣୀ ମନ୍ତ୍ରୀ ଉଷାଦେବୀଙ୍କୁ ଛତ୍ରପୁରରେ ସମ୍ବର୍ଦ୍ଧନା

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜୁଜନତା ଦଳର ଟାଣୁଆ ନେତ୍ରୀ, ବିଜୁବାବୁଙ୍କ ଅନ୍ତରଙ୍ଗୀ ବନ୍ଧୁ ନୂତନ ଭାବେ ଦାୟିତ୍ତ୍ୱ ବହନ କରିଥିବା କ୍ୟାବିନେଟ ପାହ୍ୟା, ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଉଷାଦେବୀଙ୍କୁ ଛତ୍ରପୁରରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରସ୍ଥ ସର୍କିଟହାଉସ ପରିସରରେ ସମ୍ମାନନୀୟା ମନ୍ତ୍ରୀ ମହୋଦୟାଙ୍କୁ ଛତ୍ରପୁର ଅଞ୍ଚଳର ଅଦ୍ଭାବ ଅସୁବିଧା ସମ୍ପର୍କରେ ଅବଗତ କରାଯାଇଛି । ନିର୍ବାଚିତ ପ୍ରତିନିଧି କାଉନସିଲରବର୍ଗ, ଛତ୍ରପୁର ଏନ୍.ଏ.ସି. ଉପାଧ୍ୟକ୍ଷ ଜି.ପାପାରାଓ, ପଞ୍ଚାୟତ ପ୍ରତିନିଧି, ୨୦ ନମ୍ବର ଜୋନ୍ ସଦସ୍ୟ ଏମ୍.ଧନଞ୍ଜୟ ରେଡ୍ଡୀ, ପ୍ରମୁଖ ବହୁ ନେତୃମଣ୍ଡଳୀ ସ୍ୱାଗତ କରି ତାଙ୍କ ଭୁୟସୀ ପ୍ରତିପାଦନ କରିଥିଲେ । ଛତ୍ରପୁର ସହରାଞ୍ଚଳ ଓ ବ୍ଳକ୍ ସ୍ତରୀୟ ଉନ୍ନୟନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଦିଗରେ ବିଶେଷ ଧ୍ୟାନଦେବାକୁ ଅନୁରୋଧ କରିଥିଲେ ।

jay balangir
Leave A Reply

Your email address will not be published.

18 − 14 =