pakka

ଭିଜିଲାନ୍ସ ଜାଲରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ

bbehera

ଦେବଗଡ଼ : ଦେବଗଡ ପୌର ପରିଷଦରେ ପୂର୍ବରୁ କାମ କରୁଥିବା ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଏକ ପୁରୁଣା ବିଲ କରାଇଦେବାକୁ କଲିତ କୁମାର କରଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଏଥିସହ ରାସାୟନିକ ବୋଳା ୮ ହଜାର ଟଙ୍କା ଜବତ କରାଯାଇଛି । ବିଜୟାନନ୍ଦ ଏବେ ତିଲେଇବଣି ବ୍ଲକରେ କାର୍ଯ୍ୟରତ ଅଛନ୍ତି । ଦେବଗଡ ଓ ଝାରସୁଗୁଡ଼ାର ମିଳିତ ୬ ଜଣିଆ ଭିଜିଲାନ୍ସ ଟିମ୍‌ ଏହି ଚଢାଉ କରିଥିଲେ । ଯନ୍ତ୍ରୀ ବିଜୟାନନ୍ଦଙ୍କୁ ଦେବଗଡ ଭିଜିଲାନ୍ସ ଅଫିସରେ ରଖି ଅଧିକ ତଦନ୍ତ କରାଯାଉଛି ।

jay balangir
Leave A Reply

Your email address will not be published.

three + fifteen =

error: Content is protected !!