ବାଣ ଗୋଦାମରେ ବିସ୍ଫୋରଣ : ୩ ମୃତ, ୭ ଆହତ

ଭୋପାଳ : ମଧ୍ୟପ୍ରଦେଶର ମୋରେନାରେ ଗୁରୁବାର ଏକ ବାଣ ଗୋଦାମରେ ବିସ୍ଫୋରଣ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବିସ୍ଫୋରଣ ବେଳେ ୧୦ରୁ ଅଧିକ ଲୋକ ସେଠାରେ ଥିଲେ । ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ବାନମୋରନଗରର ଜୈତପୁର ରୋଡ୍‌ରେ ଅବସ୍ଥିତ ଗୋଦାମରେ ବିସ୍ଫୋରଣ ଘଟିବା ମାତ୍ରେ ଆତଙ୍କ ଖେଳିଯାଇଥିଲା । ଏଥି ସହ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Leave A Reply

Your email address will not be published.

18 − 7 =

error: Content is protected !!