ସୁବର୍ଣ୍ଣପୁରରେ ହାତୀ ଉପଦ୍ରବ : ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର : ଗାଁ ମୁହାଁ ହେଉଛନ୍ତି ହାତୀପଲ । ହାତୀପଲ ଦିନ ବେଳା ନିକଟସ୍ଥ ଜଙ୍ଗଲରେ ଆଶ୍ରୟ ନେଇଥିବା ବେଳେ ରାତିରେ ଆସି ଧାନ ବିଲ ଗୁଡିକରେ ଧାନ ନଷ୍ଟ କରି ପୁଣି ଜଙ୍ଗଲକୁ ଫେରି ଯାଉଛନ୍ତି । ହାତୀପଲ ଗାଁ ଛାଡି ଯାଉନଥିବାରୁ ଏବେ ଚିନ୍ତାରେ ପଡିଯାଇଛନ୍ତି ଲୋକେ । ଧାନ ଅମଳ ପୂର୍ବରୁ ହାତୀଙ୍କ ଏଭଳି ଉପଦ୍ରବ ଯୋଗୁଁ ହଇରାଣ ହେଉଛନ୍ତି ଚାଷୀ । ସୂଚନା ଅନଚସାରେ, ଉଲୁଣ୍ଡା ବନାଞ୍ଚଳର ଝାରବାହାଲି ଓ ମାକଡବାହାଲ ଗ୍ରାମରେ ହାତୀପଲ ବହୁ ଚାଷୀଙ୍କ ଶହ ଶହ ଏକର ଜମିରେ ଧାନ ଫସଲ ଦଳି ଚକଟି ନଷ୍ଟ କରିଦେଇଛନ୍ତି । ଏହି ହାତୀପଲରେ ଛୋଟ ବଡ଼ ହୋଇ ୩୦ଟି ହାତୀ ରହିଥିବା ଜଣାପଡ଼ିଛି । ପ୍ରତିବର୍ଷ ହାତୀମାନଙ୍କ ଦ୍ୱାରା ଧାନ ଫସଲ ନଷ୍ଟ ହେଉଥିଲେ ମଧ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯାଇ ନଥିବା ଅଭିଯୋଗ ହୋଇଛି । ହାତୀ ଦ୍ୱାରା ବ୍ୟାପକ ଫସଲ ନଷ୍ଟ ହୋଇଥିବା ଏହି ଅଞ୍ଚଳର ଚାଷୀ ଏବେ ବନ ବିଭାଗର ସହାୟତା ଅପେକ୍ଷାରେ ରହିଛନ୍ତି । ଏନେଇ ବନ ବିଭାଗ ପକ୍ଷରୁ କୌଣସି ଉଦ୍ୟମ କରାଯାଉ ନଥିବା ବେଳେ କ୍ଷତିପୂରଣ ମଧ୍ୟ ଠିକ୍ ଭାବେ ମିଳୁନଥିବାର ଅଭିଯୋଗ ହୋଇଛି । ଅପର ପକ୍ଷରେ ହାତୀ ଘଉଡାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ସହ କ୍ଷୟ କ୍ଷତିର ଆକଳନ କରାଯାଇ ସରକାରୀ ବିଧି ବ୍ୟବସ୍ଥା ଭିତରେ ସହାୟତା ପ୍ରଦାନ କରାଯିବା ନେଇ କହିଛନ୍ତି ଉଲୁଣ୍ଡା ରେଞ୍ଜର ।

Leave A Reply

Your email address will not be published.

4 − 4 =

error: Content is protected !!