ପ୍ରାଣୀଧନ ପାଳନ ଉପରେ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତଠାରେ ଆଜି ଗୁରୁବାର ଦିନ ପ୍ରାଣୀଧନ ପାଳନ ଉପରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ତାଲିମଦାତା ଭାବେ ମ.ରାମପୁର ସହକାରୀ ପ୍ରାଣୀଧନ ଚିକିତ୍ସକ ଦିବ୍ୟ ରଞ୍ଜନ ଲେଙ୍କା, ସେବାଜଗତ ବ୍ଲକ ସଂଯୋଜକ ଶଙ୍କର ସୁନା, ଏଫପିଓର ଗୋଷ୍ଠୀ ସହାୟକ(ଉଦ୍ୟାନ ଓ କୃଷି) ନରୋତ୍ତମ ପଧାନ, ସମ୍ବଳ ବ୍ୟକ୍ତି ତଥା ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦୀପ କୁମାର ସାହୁ ଉପସ୍ଥିତ ରହି ମିଶ୍ରିତ କୃଷି, ପଶୁ ପାଳନର ଲାଭ, ଛେଳି, ଗାଈ ଓ କୁକୁଡ଼ାକୁ ରୋଗ ହେବା ପୂର୍ବରୁ ଟୀକାକରଣ, ପଶୁ ପାଳନ ପାଇଁ କମ୍‌ ଟଙ୍କା ବିନିଯୋଗରେ ଉଦ୍ୟୋଗ କରି ବେଶି ଲାଭ ଉପରେ ଚାଷୀମାନଙ୍କୁ ତାଲିମ ପ୍ରଦାନ କରିଥିବା ବେଳେ ପଞ୍ଚାୟତର ମୋଟ ୨୦ ଜଣ ଚାଷୀ (ପୁରୁଷ ୧୦ ଓ ମହିଳା ୧୦ ଜଣ) ତାଲିମ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟିକୁ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ସେବାଜଗତ ଆୟୋଜନ କରିଥିବା ବେଳେ ଏଫପିଓ କାରୁଣ୍ଡ ଫାର୍ମର ପ୍ରଡ୍ୟୁସର ଏଲଟିଡି ମ.ରାମପୁର, ଏସ୍‌ପିପିଆଇଏଫ ଓ ମ.ରାମପୁର ସହକାରୀ ପ୍ରାଣୀଧନ ଚିକିତ୍ସକ ସହଯୋଗ କରିଥିଲେ ।

Leave A Reply

Your email address will not be published.

fifteen − 10 =

error: Content is protected !!