jsm

ଛିନ୍ଦେଇକେଲା ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀରେ ଅଖଣ୍ଡ ଭଜନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ସତ୍ୟସାଇ ବାବାଙ୍କ ପବିତ୍ର ଅବତାର ଦିବସ ଉପଲକ୍ଷେ ୯୭ଟି ଭଜନ ବାବାଙ୍କ ପାଦ ପଦ୍ମରେ ଅର୍ପଣ କରାଯାଇଛି । ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀ ଛିନ୍ଦେଇକେଲାର ଭାଇ ଭଉଣୀଙ୍କ ଦ୍ୱାରା ଅଖଣ୍ଡ ଭଜନ ପରିବେଷଣ କରାଯାଇଥିଲା । ଆବାହକ ସନ୍ତୋଷ କୁମାର ପାଢ଼ୀଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଶେଖର ସେଠ, ସୁରଥ ସାହୁ, ନିରୋଜ ସାହୁ, ପତିତପାବନ ସାହୁ, ଜନକରାମ ସାହୁ, ବୀଣାପାଣି ସାହୁ, ଗୀତା ସାହୁ, ସନ୍ତୋଷିନୀ ସାହୁ, ଲିଜା ସାହୁ, ବେବି ସାହୁ, ରାନୀ ସାହୁ, ରୀନା ସାହୁ ତଥା ବାଳ ବିକାଶ ଗୁରୁ ରୁଲି ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ହେମସାଗର ସାହୁ ।

yuvodaya
Leave A Reply

Your email address will not be published.