ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗୁଡଭେଲା ବିଡିଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଗୁଡଭେଲା ବିଡିଓ ବିନୋଦ କୁମାର ନାଏକ । ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ବାବଦକୁ ୧ ଲକ୍ଷ ୮୦ ହଜାର ଟଙ୍କା ନେଉଥିବା ବେଳେ ତାଙ୍କୁ କାବୁ କରିଛି ଭିଜିଲାନ୍ସ ବିଭାଗ ବୋଲି ଜଣାପଡିଛି । ତେବେ ତାଙ୍କୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ କାବୁ କରିବା ସହ ତାଙ୍କ ସମ୍ପୃକ୍ତି ଥିବା ୩ଟି ସ୍ଥାନରେ ମଧ୍ୟ ଚଢାଉ ଚାଲିଥିବା ପ୍ରାଥମିକ ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.

eight − three =