csstore

ଜଗନ୍ନାଥ ଜାଗରଣ ମଂଚର ସହିଦ ପ୍ରଦୀପ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଫର୍ଟିଲାଇଜର ଓ ସହୀଦ ପ୍ରଦୀପ ପଣ୍ଡାଙ୍କ ପରିବାର ତରଫରୁ ସହୀଦ ପଣ୍ଡାଙ୍କ ଜନ୍ମଦିନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତି ଯୋଗ ଦେଇ ମାଲ୍ୟାର୍ପଣ କରି ସହୀଦ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଂଗରପାଲି ଥାନା ଅଧିକାରୀ ସିନ୍ମୟ ବଳ, ସଂକୀର୍ତ୍ତନ ଜୟପୁରିଆ, କବି ନାୟକ, ବିଶ୍ୱଜିତ ଜେନା, ଶଙ୍କର ଜେନା, ଗୋପୀ ଦାସ, ଆନନ୍ଦ ସାହୁ, କେଶବ ଚନ୍ଦ୍ର ସାହୁ, ବିନୟ ବେହୁରା, ଚନ୍ଦ୍ରକାନ୍ତ ଦୀକ୍ଷିତ, ପୂର୍ଣ୍ଣ ଚନ୍ଦ୍ର ଓଝା, ଜଗନ୍ନାଥ ପାତ୍ର, ଶ୍ରୀଚରଣ ସାମଲ ପ୍ରମୁଖ ଉପସ୍ଥିତ ରହି ସହୀଦ ପଣ୍ଡାଙ୍କୁ ପୁଷ୍ପ ଅର୍ପଣ କରିଥିଲେ । ଏହି ଅବସରରେ ଶ୍ରୀ ତନ୍ତି କହିଲେ ଯେ, ମୁଁ ଯେବେ ବି ରାଉରକେଲା ଆସିବାର ସୁଯୋଗ ମିଳିବ ଆମ ସଂଗଠନ ଉଦାହରଣ ଦ୍ୱାରା ସମ୍ମାନିତ ସବୁ ସହୀଦ ପରିବାର ଘରକୁ ଯାଇ ସୁଖ ଦୁଃଖରେ ସାମିଲ ହେବାକୁ ଚେଷ୍ଟା କରିବି ।

jayashree
Leave A Reply

Your email address will not be published.