ପଖନମୁଣ୍ଡା ବିଦ୍ୟାଳୟରେ ଆନ୍ତର୍ଜାତୀୟ କନ୍ୟା ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତିବଂଧୁ ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିଆର୍‌ସିସି ଧନସିଂ ମାଝୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ଛାତ୍ରୀ ଉର୍ବଶୀ ନାଗ ଓ ଚନ୍ଦ୍ରାବତୀ ବାଗ ଯୋଗ ଦେଇଥିଲେ ।ବର୍ତ୍ତମାନ ସମାଜରେ ପୁଅ ଓ ଝିଅ ମଧ୍ୟରେ ଥିବା ତାରତମ୍ୟତା ଉପରେ ଅତିଥିମାନେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ଛାତ୍ରୀମାନେ ନିଜ ପରିବାର ଓ ସମାଜରେ ଚାଲିଥିବା ବିଷୟବସ୍ତୁ ଉପରେ ନିଜ ନିଜର ଅଭିଜ୍ଞତା କହିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମନୋଜ କୁମାର ତାଣ୍ଡି, ଆଲେଖ ବନଗୋଲା ସହଯୋଗ କରିଥିଲେ ।

Leave A Reply

Your email address will not be published.

eight + four =

error: Content is protected !!