କିସାନ ସମାଜର ପ୍ରତିଷ୍ଠାତାଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକର ବଲଣ୍ଡା ନିବାସୀ ପାଣୁ ମାଝୀ(୮୫)ଙ୍କ ଆଜି ବିୟୋଗ ଘଟିଛି । କିସାନ ସମାଜ ସଂଗଠନର ସେ ଅନ୍ୟତମ ପ୍ରତିଷ୍ଠାତା ତଥା ବନବାସୀ କଲ୍ୟାଣ ଆଶ୍ରମର ପୂର୍ବତନ ସଭାପତି ଥିଲେ । ଆଜି ବୁର୍ଲା ମେଡିକାଲ୍‌ରେ ତାଙ୍କର ଦେହାନ୍ତ ହେବା ପରେ ତାଙ୍କ ପାର୍ଥିବ ଶରୀରକୁ ଅଣାଯାଇ ବେଦବ୍ୟାସ ଘାଟଠାରେ ଅନ୍ତିମ ସଂସ୍କାର କରାଯାଇଛି । କିସାନ ସମାଜର ବହୁ ବିଶିଷ୍ଟ ବ୍ୟକ୍ତି ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ଶେଷ ଦର୍ଶନ କରିବା ସହ ଶବାଧାରରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

Leave A Reply

Your email address will not be published.

eleven + thirteen =

error: Content is protected !!