pakka

ଭିଜିଲାନ୍ସ ଜାଲରେ ଧରାପଡ଼ିଲେ କିରାଣୀ

କଟକ : ୬ ହଜାର ଟଙ୍କା ଲାଞ୍ଚ ନେଇ ଜଣେ କିରାଣୀ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଜମି ରେକର୍ଡ ଯୋଗାଇଦେବାକୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡ ସେକ୍‌ସନ କିରାଣୀ କାଶୀନାଥ ଦାସ ୬ ହଜାର ଟଙ୍କା ଦାବୀ କରି ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସୂଚନା ମିଳିଛି । କାଶୀନାଥଙ୍କ ଠାରୁ ଲାଞ୍ଚ ଟଙ୍କା ମଧ୍ୟ ଭିଜିଲାନ୍ସ ଜବତ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

8 − 8 =