pakka

ଏକ ଭାରତ ଶ୍ରେଷ୍ଠ ଭାରତ ପକ୍ଷରୁ ସପ୍ତାହବ୍ୟାପୀ ଜାତୀୟ ସ୍ତରୀୟ ସମର ଶିକ୍ଷାର୍ଥୀ ବାହିନୀର ଭର୍ଚୁୱାଲ ଶିବିର

bbehera

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଅଭିନବ ପରିକଳ୍ପନା ଅନ୍ତର୍ଭୁକ୍ତ ଏକ ଭାରତ ଶ୍ରେଷ୍ଠ ଭାରତ ସପ୍ତାହ ବ୍ୟାପୀ ଏକ ଭର୍ଚୁୱାଲ ମିଟ-ଶିବିର ଷଷ୍ଠ ଓଡ଼ିଶା ଜାତୀୟ ସମରଶିକ୍ଷାର୍ଥୀ ବାହିନୀ (ଏନସିସି) ବାଟାଲିୟନ ପକ୍ଷରୁ ପୁରୀ ସହରର ଏନସିସି ଗ୍ରୁପ ଆନୁକୁଲ୍ୟରେ ଜାତୀୟ ସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ଏନ.ସି.ସି. ନିର୍ଦ୍ଦେଶାଳୟ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଥିବା ବେଳେ ଅତିଥି ରାଜ୍ୟ ଭାବରେ ଦିଲ୍ଲୀ ଏନସିସି ନିର୍ଦ୍ଦେଶାଳୟ ଓ ଏନସିସି ଦିଲ୍ଲୀ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିରେ ଓଡିଶାର ବିଭିନ୍ନ ଶାଖା ଏନସିସି ଗୃପ କାର୍ଯ୍ୟାଳୟରୁ ପ୍ରାୟ ୨୦୦ ସମର ଶିକ୍ଷାର୍ଥୀ ଛାତ୍ରଛାତ୍ରୀ ସମେତ ଦିଲ୍ଲୀର ୨୦୦ ଏନସିସି ଛାତ୍ରଛାତ୍ରୀ ଏବଂ ଅନେକ ଏନସିସି ଗ୍ରୁପ ବାହିନୀର ବହୁ ଉଚ୍ଚପଦାଧିକାରୀ, ଦେଶର ବିଭିନ୍ନ ଭାଗରୁ କର୍ମକର୍ତ୍ତା ପ୍ରମୁଖ ଏହି ଭର୍ଚୁୱାଲ ମିଟରେ ଯୋଗ ଦେଇଥିଲେ । ପ୍ରଥମ ଥର ପାଇଁ ଷଷ୍ଠ ଓଡ଼ିଶା ଏନସିସି ବାଟାଲିୟନ ପୁରୀ ସହର ଠାରେ ଆୟୋଜନ ହୋଇଥିବା ହେତୁ ଆମେ ଗର୍ବିତ ବୋଲି ସ୍ଥାନୀୟ ସମର ଶିକ୍ଷାର୍ଥୀ ମାନେ ମତ ବ୍ୟକ୍ତ କରିଛନ୍ତି । ଏହି ଶିବିର ସମାରୋହରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏନସିସି ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ ଆଜାଦ୍ ଯୋଗଦେଇ ବିଭିନ୍ନ ବିଷୟରେ ଭାଗନେଇ ଥିବା ସମସ୍ଥ ଏନସିସି ଛାତ୍ରଛାତ୍ରୀ ଓ ଏନସିସି ଅଫିସରଙ୍କୁ ପ୍ରଶଂସା କରିବା ସହିତ କରୋନା ସମୟରେ ସମସ୍ତେ ସୁସ୍ଥ ଓ ନିରାପଦ ରହିବାକୁ ପରାମର୍ଶ ଦେଇଥିଲେ । ଏହି “ଏକ ଭାରତ ଶ୍ରେଷ୍ଠ ଭାରତ” ପ୍ରସଙ୍ଗରେ ଆଲୋଚନା ଦ୍ୱାରା ବିଭିନ୍ନ ରାଜ୍ୟର ସାମାଜିକ, ସାଂସ୍କୃତିକ, ପ୍ରାକୃତିକ କଳା ଶିକ୍ଷା, ଭାଷା, ପର୍ଯ୍ୟଟନ ଆଦି ଅନେକ ବିଷୟରେ ଛାତ୍ରଛାତ୍ରୀ ମାନେ ଶିକ୍ଷା କରିପାରିବେ । ଆମ ଦେଶରେ ଅନେକ ବିଭିନ୍ନତା ଭିତରେ ଏକତା ହୋଇ ରହିବା ଏବଂ ସାମାଜିକ ସାଂସ୍କୃତିକ ସ୍ଥାପନାରେ ଏହା ଏକ ସୁଚିନ୍ତିତ ପ୍ରୟାସ । ଜାତୀୟ ସ୍ତରୀୟ ଏହି ଏନସିସି କ୍ୟାମ୍ପ ଷଷ୍ଠ ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀର କମାଣ୍ଡିଂ ଅଫିସର କର୍ଣେଲ ପ୍ରସନ୍ନ କୁମାର ପଣ୍ଡାଙ୍କ ଦକ୍ଷତାପୂର୍ଣ୍ଣ ନିର୍ଦ୍ଦେଶନାରେ ଅନୁଷ୍ଠିତ ହୋଇଥିଲା । କରୋନା ବିରୋଧରେ ଦେଶ ଲଢେଇ ଜାରି ରଖିଥିବା ବେଳେ ଛାତ୍ରଛାତ୍ରୀ ମାନେ ଘରେ ବନ୍ଦୀ ହୋଇ ରହିଥିବା ସମୟରେ ଏହି କାର୍ଯ୍ୟକ୍ରମରେ ଦୁଇ ରାଜ୍ୟର ସମସ୍ତ ୪୦୦ ଏନସିସି ଛାତ୍ରଛାତ୍ରୀ ଘରେ ରହି ଯୋଗ ଦେଇଥିବାରୁ କର୍ଣେଲ ପଣ୍ଡା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିବା ସହିତ ଜାତୀୟ ସ୍ତରୀୟ ଏହି କାର୍ଯ୍ୟକ୍ରମଟିକୁ ଆୟୋଜନ କରିବାକୁ ସୁଯୋଗ ଦେଇଥିବାରୁ ଏନସିସି ମହାନିର୍ଦେଶାଳୟ ନୂଆଦିଲ୍ଲୀ ଓ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟକୁ ଧନ୍ୟବାଦ ଜଣାଇଥିଲେ । ଗୁଗୁଲୁ ମିଟ ମାଧ୍ୟମରେ ପାଞ୍ଚ ଦିନିଆ ଏହି ଜାତୀୟ ସ୍ତରୀୟ ୱେବନାରକୁ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଏନସିସି ଅଧିକାରୀ ଡ଼ଃ ସଞ୍ଜୟ କୁମାର ସୁନ୍ଦରାୟ ଦକ୍ଷତାପୂର୍ଣ୍ଣ ସୁପରିଚାଳନା କରି ସମସ୍ତ ୫୦୦ କ୍ୟାଡେଟ୍ ଓ ଏନସିସି ଅଫିସରଙ୍କୁ ଅନଲାଇନ୍ ଯୋଗେ ଏକାଠି କରିବାକୁ ସକ୍ଷମ ହୋଇଥିଲେ । ଏଥିରେ ଓଡ଼ିଶା ପକ୍ଷରୁ ଏସ୍‌ଏମ୍‌ଏସ କଲେଜର ଅଧିକାରୀ ଡ଼ଃ ଶୁଭେନ୍ଦୁ କୁମାର ମିଶ୍ର, ରାଜଧାନୀ କଲେଜର ଅଧିକାରୀ ଡ଼ଃ ବିଭୂତି ଭୂଷଣ ମହାପାତ୍ର ଏବଂ ବିଜେବି ସ୍କୁଲର ଅଧିକାରୀ ବରଦା ପ୍ରସାଦ ପାଇକରାୟ ସମେତ ଅନେକ ଅଧିକାରୀ ତଥା ଛାତ୍ରଛାତ୍ରୀ ଓଡ଼ିଶାର ସଂସ୍କୃତି, କଳା, ଖାଦ୍ୟ, ପର୍ଯ୍ୟଟନ ସମେତ ଅନେକ ବିଷୟରେ ଆଲୋକପାତ କରିଥିବା ବେଳେ ଅଧିକାରୀ ତାରେକ୍ କୁମାର ସ୍ୱାଇଁ ଏବଂ ଚିତ ରଞ୍ଜନ ପାଇକରାୟ ସେମାନଙ୍କୁ ସହଯୋଗ କରିଥିଲେ । ସେହିପରି ଦିଲ୍ଲୀ ପକ୍ଷରୁ ଏନସିସି ଅଧିକାରୀ ଲେପ୍ଟନାଣ୍ଟ ସୁନିତା, ଲେପ୍ଟନାଣ୍ଟ କିଶନ କୁମାର ଓ ଏନସିସି ଅଧିକାରୀ ସଂଗୀତା ଭରଦ୍ୱାଜଙ୍କ ସମେତ ଅନେକ ଅଧିକାରୀ ତଥା ଛାତ୍ରଛାତ୍ରୀ ଦିଲ୍ଲୀର ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣ ଜ୍ଞାନ, ଗୀତ, ନୃତ୍ୟ ଆଦି ବିଷୟରେ ଅନଲାଇନ୍ ପ୍ରତିଯୋଗିତା କରି ଶେଷଦିନରେ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦିଆ ଯାଇଥିଲା । ଓଡିଶା ପକ୍ଷରୁ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ଏବଂ ଦିଲ୍ଲୀ ପକ୍ଷରୁ ରାଜସ୍ଥାନୀ ଓ ପଂଜାବୀ ନୃତ୍ୟ ଏନସିସି ଛାତ୍ରଛାତ୍ରୀ ମାନେ ଘରୁ ସିଧାସଳଖ ପରିବେଷଣ କରିଥିଲେ । ଏହା ଦ୍ୱାରା ସମସ୍ତ ଏନସିସି ଛାତ୍ରଛାତ୍ରୀ ଅନ୍ୟ ରାଜ୍ୟ ସହିତ ନିଜ ରାଜ୍ୟର ଅନେକ ବିଷୟରେ ଶିଖିବାକୁ ପାଇଥିଲେ । ଅନ୍ୟ କେତେକ ନିଜନିଜର ଜ୍ଞାନ, କଳା ନୈପୁଣ୍ୟ ପ୍ରଦର୍ଶନ କରିବାକୁ ସୁଯୋଗ ପାଇଥିଲେ ।

jay balangir
Leave A Reply

Your email address will not be published.

5 × one =