jsm

ପାଟଣାଗଡର ଗ୍ରାମାଞ୍ଚଳଗୁଡିକ ଉତ୍ସବ ମୁଖର, ଭାଇ ଜିଉନ୍ତିଆ ଓଷା ପାଳିତ, ହେଲେ ହଜି ଯାଉଛି ଡାଲଖାଇ

csstore

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଖପ୍ରାଖୋଲ ବ୍ଲକ ଅଞ୍ଚଳର ଭାଇ ଜିଉନ୍ତିଆ ଓଷା ଉତ୍ସବ ମୁଖର ହୋଇଉଠିଛି । ହେଲେ ହଜି ଯାଉଛି ଡାଲଖାଇ ନାଚ ଗୀତ ପରମ୍ପରା । ଦୁର୍ଗା ଅଷ୍ଟମୀ ଦିନ ଭଉଣୀ ମାନେ ଭାଇର ମଙ୍ଗଳ ମନାସି ମା’ ଦୂର୍ଗାଙ୍କ ପୂଜା କରିବା ସହ ଉପବାସ ରହି ସନ୍ଧ୍ୟାରେ କାନ୍ଥରେ ଆଙ୍କା ଯାଇଥିବା ଦୁର୍ଗାଙ୍କୁ ପୂଜା କରିଥାନ୍ତି । ବିଭିନ୍ନ ପ୍ରକାର ଫୁଲ, ଫଳ, ଖଇମୁଆ ଲଡୁ ଦେଇ ଦେବୀଙ୍କୁ ପୂଜା କରିଥାନ୍ତି । ଭାଇ ଜିଉନ୍ତିଆ ଓଷା ସହ ଡାଲଖାଇ ନାଚ ଗୀତର ପରମ୍ପରା ରହିଛି । ପଞ୍ଚ ବାଦ୍ୟର ତାଳେ ତାଳେ ଡାଲଖାଇ ଦେବୀଙ୍କ ପୂଜା ସହ ଗାଁ ମୁଣ୍ଡରେ ଝିଅ ମାନେ ଡାଲଖାଇ ନୃତ୍ୟ କରି ରାସ୍ତାରେ ଯାଉଥିବା ସାଇକେଲ ଆରୋହି, ମୋଟର ସାଇକେଲ ଆରୋହୀ, ଗାଡ଼ି ଆରୋହିଙ୍କୁ ଅଟକାଇ କିଛି ପାଉଣା ମାଗିବାର ପରମ୍ପରା ରହିଥିଲା ହେଲେ ଆଧୁନିକତାର ପ୍ରଭାବରେ ଏହା ହଜି ହଜି ଯାଉଛି । କାଁ ଭାଁ କେଉଁଠି ପାଞ୍ଚ ବାଦ୍ୟ ସହ ଗାଁ ଭିତରେ ପୂଜା କରି ନୀତି ରକ୍ଷାରେ ଡାଲଖାଇ ନାଚ ଗୀତ ହୋଇଥିଲା ।

yuvodaya
Leave A Reply

Your email address will not be published.