pakka

ଖଲ୍ଲିକୋଟ ସହରରେ ରାଗିଂ ନେଇ ଉତ୍ତେଜନା

bbehera
  • ରାଗିଂ ଅଭିଯୋଗରେ ୭ଜଣ ଛାତ୍ରଙ୍କୁ ସସ୍‌ପେଣ୍ଡ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ନଗର ଉଚ୍ଚ ବିଦ୍ୟାଳୟରେ ଛାତ୍ର ରାଗିଂନେଇ ଉତ୍ତେଜନା ଦେଖାଦେଇଛି । ରାଗିଂ ଅଭିଯୋଗରେ ୭ ଜଣ ଛାତ୍ରଙ୍କୁ ସ୍କୁଲରୁ ସସ୍‌ପେଣ୍ଡ କରିଛନ୍ତି, ବିଦ୍ୟାଳୟର ଅଧ୍ୟକ୍ଷ । ତେବେ ବିଦ୍ୟାଳୟର ଆଣ୍ଟି ରାଗିଂ କମିଟିର ତଦନ୍ତ ରିପୋର୍ଟ ଆଧାରରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଖାଲି ସେତିକି ନୁହେଁ ପୋଲିସକୁ ମଧ୍ୟ ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିରପେକ୍ଷ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କିଛି ଛାତ୍ରୀଙ୍କୁ ସ୍କୁଲରେ ରାଗିଂ କରାଯାଉଥିବା ନେଇ ନଭେମ୍ବର ୧୯ ତାରିଖରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ସିନିୟର ଛାତ୍ରମାନେ ଶ୍ରେଣୀ ଗୃହରେ ବାଣ ଫୁଟାଇବା ସହ ବିଶୃଙ୍ଖଳା କରୁଥିବା ନେଇ ସେମାନେ ଅଭିଯୋଗ କରିଥିଲେ । ଏହାପରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ୭ ଛାତ୍ରଙ୍କୁ ସସପେଣ୍ଡ କରାଯାଇଛି । ଯଦି ବହିଷ୍କାର କରାଯାଇଥିବା ୭ ଜଣ ଛାତ୍ର କ୍ୟାମ୍ପସରେ ବୁଲିବେ, ତେବେ ତାଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ସ୍ୱରୂପ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

jay balangir
Leave A Reply

Your email address will not be published.

20 − 12 =

error: Content is protected !!