csstore

ଖପ୍ରାଖୋଲ ସନ୍ତୋଷିନୀ ଗାରମେଣ୍ଟସ୍‌ ତରଫରୁ ଲଟେରୀ ଉଠାଣ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ୟାଙ୍କ ସମ୍ମୁଖରେ ଥିବା ସନ୍ତୋଷିନୀ ଗାରମେଣ୍ଟସ୍‌ ତରଫରୁ ଶୁକ୍ରବାର ଲଟେରୀ ଉଠାଣ ହୋଇଯାଇଛି । ପ୍ରଥମ ପୁରସ୍କାର ନଂ ୧୦୫୫ (ସୁନା ହାର) ସୁନ୍ଦରସିଂ ଧରୁଆ (ସରମୁହାଣ), ଦ୍ଵିତୀୟ ପୁରସ୍କାର ନଂ ୦୧୪୬ (ଫ୍ରିଜ)ନରେନ୍ଦ୍ର କୁମାର ଭୋଇ, ତୃତୀୟ ପୁରସ୍କାର ନଂ ୦୫୭୨ (ୱାସିଂ ମେସିନ) ବାବୁସାନ ପଧାନ (ଝାଙ୍କ୍ରିପାଲି) ଏବଂ ଚତୁର୍ଥ ପୁରସ୍କାର ନଂ୦୬୪୬ ଦଶରଥ ବରିହା (ମହରାପଦର) ଗ୍ରାଇଣ୍ଡର ପାଇ ଖୁସିରେ ବିଭୋର ହୋଇଛନ୍ତି । ଲଟେରୀ ଉଠାଣ ସମାରୋହରେ ଅତିଥି ଭାବେ ସମାଜସେବୀ ସତୀଆ ସେନ୍ଦ୍ରିଆ, ଖପ୍ରାଖୋଲ ହରିଶଙ୍କର ମହାବିଦ୍ୟାଳୟ ପ୍ରିନସିପାଲ ପ୍ରମୋଦ ପାଣି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜାରାମ ବେହେରା, ବୈକୁଣ୍ଠ ବାଗ, ତେଲେନପାଲି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ ଦାସ ଏବଂ ଖପ୍ରାଖୋଲର ଦୋକାନୀମାନଙ୍କ ଗହଣରେ ସୁରୁଖୁରୁରେ ଲଟେରୀ ଉଠାଣ କରାଯାଇଥିଲା । ଲଟେରୀ ଉଠାଣ ବହୁ ଦିନର ପରମ୍ପରା ଥିବା ବେଳେ ଖପ୍ରାଖୋଲର ସନ୍ତୋଷିନୀ ଗାରମେଣ୍ଟସ୍‌ ପ୍ରଥମ ଥର ପାଇଁ ପ୍ରଥମ ପୁରସ୍କାର ସୁନା ହାର ରଖିଥିବାରୁ ପୁରପଲ୍ଲୀରେ ସନ୍ତୋଷିନୀ ଗାରମେଣ୍ଟସ୍‌ର ମାଲିକ ଚଏତୁ ଛୁରାଙ୍କୁ ସାଧୁବାଦ ଜଣାଇଛନ୍ତି । ଆଗାମୀ ଦିନରେ ସନ୍ତୋଷିନୀ ଗାରମେଣ୍ଟସ୍‌ରୁ କପଡା କିଣି ପ୍ରାଇଜ କୁପନ ସଂଗ୍ରହ କରି ବିଭିନ୍ନ ପ୍ରକାର ଲାଭବାନ ହୁଅନ୍ତୁ ବୋଲି ଦୋକାନ ମାଲିକ ଛୁରାବାବୁ ନିଜ ମତରେ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.