oom

ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହେବ : ଉପାନ୍ତ ଅଞ୍ଚଳକୁ ଫିଟିବ ରାସ୍ତା

jsmm
  • ୧୨ କୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ ତଥା, ମୁଖ୍ୟ ସଚେତକ, ଓଡିଶା ସରକାର

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଅପହଞ୍ଚ ଇଲାକା ଉପାନ୍ତ ଅଂଚଳ କଣ୍ଡରା, କାଚପାଯୁ, ସୁଲୁକେଟି ଆଦି ୫ ଖଣ୍ଡ ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତା ଖଣ୍ଡିଏ ନଥିଲା । ଏନେଇ ଗ୍ରାମବାସୀ ରାସ୍ତା ନିର୍ମାଣ ନେଇ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନଥିଲା ପୂର୍ବ ସରକାର ବା ପ୍ରଶାସନ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ପ୍ରତ୍ୟକ ବର୍ଷ ଭୋଟ୍‌ ଆସିଲେ ତୁମ ଗାଁକୁ ଏଥର ରାସ୍ତା ହେବ କହି ଲୋକଙ୍କୁ ଭୁଆଁ ବୁଲାଇ ଭୋଟ କିଣାଯାଉଥିଲା । କେବଳ ଫଳକ ଲଗାଇ ଲୋକଙ୍କୁ ଭ୍ରମିତ କରାଯାଉଥିଲା ବୋଲି ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି । ଏଠାକାର ଲୋକେ ନୀତି ଦିନିଆ ରାସ୍ତା ପାଇଁ ଦୀର୍ଘ ଦିନରୁ ପ୍ରଶାସନ ଓ ରାଜନେତା ମାନଙ୍କ ସହ ସଂଗ୍ରାମ କରି ଆସୁଛନ୍ତି । ତେବେ ଆଜି ସେମାନଙ୍କ ସ୍ୱପ୍ନ ଏକ ପ୍ରକାର ନୂଆ ସରକାର ପାଇଁ ସମ୍ଭାବନା ସୃଷ୍ଟି ହୋଇଛି । ହରଭଙ୍ଗା ବ୍ଲକ ଆଡେଣିଗଡ଼ ପଂଚାୟତ ଅନ୍ତର୍ଗତ କଣ୍ଡରା, କାଚପାଯୁ, ସୁଲକେଟ ଆଦି ୫ଟି ଗ୍ରାମକୁ ୧୨ କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି । ଟେଣ୍ଡର ପ୍ରକ୍ରିୟା କରଣ ସରିଥିବା ବେଳେ ଏହାର ଭିତ୍ତିପ୍ରସ୍ତର ପଡିଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଏନେଇ ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ ଆଡେଣିଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ କରକମଳରେ ଏହାର ଭିତ୍ତିପ୍ରସ୍ତର ହୋଇଛି । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ବରିଷ୍ଠ ଅଧିକାରୀ ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବରେ ହରଭଙ୍ଗା ବ୍ଲକ ବିଡ଼ିଓ ଶରତ କୁମାର ସେଠୀ, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥ, କନ୍ଧମାଳ ସାଂସଦଙ୍କ ହରଭଙ୍ଗା ବ୍ଲକ ପ୍ରତିନିଧି ରବି ନାରାୟଣ ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଯୁବ ସମାଜସେବୀ ସୁବ୍ରତ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । କାଚପାଜୁ ଗ୍ରାମର ମୁଖିଆ ଧନ୍ୟବାଦ ଅର୍ପଣ କରିଥିଲେ । ଉପାନ୍ତ ଅଂଚଳ ବିକାଶ ପାଇଁ ବୌଦ୍ଧ ବିଧାୟକ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ କାମନା କରିଥିଲେ ।

jittmm
Leave A Reply

Your email address will not be published.