pakka

ବ୍ରଜରାଜନଗର ଉପନିର୍ବାଚନରେ ବିଜୟିନୀ ହେଲେ ଅଳକା ମହାନ୍ତି

bbehera

ବ୍ରଜରାଜନଗର : ବ୍ରଜରାଜନଗର ଉପନିର୍ବାଚନରେ ବିଜୟିନୀ ହେଲେ ଅଳକା ମହାନ୍ତି । ପ୍ରାୟ ୬୫ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ବିଜୟିନୀ ହେଲେ ଅଳକା ମହାନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ଅଳକା ଜିତାପଟ୍ ମାରିଛନ୍ତି । ସେହିପରି ବିଜେପି ପ୍ରାର୍ଥୀନୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି । ବିଜୟୀ ହେବା ପରେ ଅଳକା ମହାନ୍ତି ଖୁସି ବ୍ୟକ୍ତ କରିଛନ୍ତି । ତାଙ୍କ ଉପରେ ବିଶ୍ଵାସ ରଖିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳୀୟ କର୍ମୀ ଓ ଜନସାଧାରଣଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି । ପ୍ରକାଶ ଥାଉକି, ସ୍ୱର୍ଗତ ବିଧାୟକ କିଶୋର କୁମାର ମହାନ୍ତିଙ୍କ ଧର୍ମପତ୍ନୀ ହେଉଛନ୍ତି ଅଳକା ମହାନ୍ତି । ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କ ଗତ ଡିସେମ୍ବର ୩୦ ତାରିଖ ଦିନ ଅକାଳ ବିୟୋଗ ପରେ ବ୍ରଜରାଜନଗର ବିଧାନସଭା ପାଇଁ ଉପନିର୍ବାଚନ ହୋଇଥିଲା । ଆଜି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ବିପୁଳ ସମର୍ଥନରେ ଅଳକା ବାଜିମାତ୍ କରିଛନ୍ତି ।

jay balangir
Leave A Reply

Your email address will not be published.

13 − nine =

error: Content is protected !!