pakka

ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଜନ୍ମ ଶତବର୍ଷିକୀ ଅବସରରେ “ସ୍ମୃତି ପଥ” ପୁସ୍ତକ ଉନ୍ମୋଚିତ

l2

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ କକ୍ଷଠାରେ ପାଟଣା ମହାରାଜା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ‘ସ୍ମୃତି ପଥ’ ପୁସ୍ତକ ଟି ଅଧ୍ୟକ୍ଷା ଲିକା ସାହୁଙ୍କର କରକମଳରେ ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଜୀବନୀ, ରାଜନୀତି ଘଟଣା ସହିତ ତାଙ୍କର କ।ର୍ଯ୍ୟକାଳ ସମୟରେ ରାଜ୍ୟ ତଥା ବଲାଙ୍ଗିର ପାଇଁ ଯେଉଁ ଅବଦାନ ରହିଥିଲା ତାହାର ଉପାଦେୟ ତଥ୍ୟ ଏହି ପୁସ୍ତକରେ ପ୍ରକାଶିତ କରାଯାଇଛି । ଉନ୍ମୋଚନ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ନାରାୟଣ ସ୍ମୃତି କମିଟିର ଅଧ୍ୟକ୍ଷ ଶରତ ଚନ୍ଦ୍ର ମିଶ୍ର ଓ ସମ୍ପାଦକ ରାଜେନ୍ଦ୍ର ପ୍ରାଣିଗ୍ରାହୀ ଉପସ୍ଥିତ ରହିଥିଲେ ।

pp
Leave A Reply

Your email address will not be published.

4 × two =