om academy

ଖପ୍ରାଖୋଲ ୟୁଜିବିରୁ ଚୋରି ଉଦ୍ୟମ

jsm

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ସ୍ଥାନୀୟ ବ୍ଲକ ଅଫିସ ପରିସରରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ (ୟୁଜିବି) ଶାଖାରୁ ଚୋରି ଉଦ୍ୟମ ହୋଇଛି । ଚୋରମାନେ ଗେଟ୍‌ ତାଲାକୁ ଗ୍ୟାସ କଟରରେ କାଟି ଶନିବାର ରାତିରେ ଚୋରି ଉଦ୍ୟମ କରିଥିଲେ । ରବିବାର ଛୁଟି ଥିଲେ ମଧ୍ୟ ଗ୍ରିଲ ଅଳ୍ପ ଖୋଲା ଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଖବର ପାଇ ଖପ୍ରାଖୋଲ ଥାନା ପୁଲିସ ପହଞ୍ଚି ତଦନ୍ତ କରିଥିଲେ । କେବଳ ତାଲା କଟା ଯାଇଥିବା ବେଳେ ବାକି ସମସ୍ତ ସାମଗ୍ରୀ ସୁରକ୍ଷିତ ଥିବା ଦେଖିଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.