ପ୍ରଥମ ପଶ୍ଚିମ ଓଡ଼ିଶା ଓପନ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଗାର୍ଲ ହାଇସ୍କୁଲ ଠାରେ ପ୍ରଥମ ପଶ୍ଚିମ ଓଡ଼ିଶା ଓପନ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଏଓସିଏ ଅଧ୍ୟକ୍ଷ ସତ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଭାବରେ ସେମ୍‌ଫୋଡର ସ୍କୁଲର ଅଧ୍ୟକ୍ଷ ସଞ୍ଜିବ ରଥ, ଟାଉନ୍ ଗର୍ଲ୍ସ ହାଇସ୍କୁଲର ପ୍ରଧାନ ଶିକ୍ଷକ ନରେନ୍ଦ୍ରନାଥ ମିଶ୍ର, ଟୁର୍ଣ୍ଣାମେଣ୍ଟର ଡ଼ାଇରେକ୍ଟର ଶଶି ଶେଖର ପଣ୍ଡା ମଂଚରେ ମଂଚାସୀନ ଥିଲେ । ଉପସ୍ଥିତ ଥିଲେ ବଲାଙ୍ଗିର ଜିଲ୍ଲା ଚେସ୍‌ ଏସୋସିଏସନ୍‌ର ସମ୍ପାଦକ ପ୍ରିୟବ୍ରତ ପଣ୍ଡା ଓ ସଭାପତି ଶୁକଦେବ ଗୁରୁ ।

Leave A Reply

Your email address will not be published.