csstore

ଓମ ଭ୍ୟାଲି ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭିତରେ ଓମ ଭ୍ୟାଲି ସ୍କୁଲ ଅନ୍ୟତମ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୁଇଦିନ ବ୍ୟାପୀ ବାର୍ଷିକ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶାରୀରିକ ସ୍ୱାସ୍ଥ୍ୟ, ମାନସିକ ଦୃଢ଼ତା ତଥା ନୈତିକ ଉନ୍ନତି ପାଇଁ କ୍ରୀଡା ଆବଶ୍ୟକ । ଶାରୀରିକ ପୁଷ୍ଟି ସାଧନ, ଖେଳୁଆଡ ମନୋବୃତ୍ତି ସୃଷ୍ଟି ଏବଂ ସାମାଜିକ କ୍ଷେତ୍ରରେ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ସମ୍ପ୍ରେକ୍ଷଣ ବଢ଼ାଇଥାଏ । ଉଦ୍‌ଯାପନୀ ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ସମ୍ମାନିତ ଅତିଥି ଭାବେ ଓମ ଭ୍ୟାଲି ସ୍କୁଲର ଚେୟାରମେନ୍ ଦୀପକ ସାହୁ, ସି.ଏ. ରାକେଶ ଜୈନ, ଆଇନଜୀବୀ ରଘୁନାଥ ରଥ, ପ୍ରଦୀପ ମହାନ୍ତି, ଡ. ମୋହନ ଲାଲ ଜୈନ, ସନ୍ତୋଷ ମହାନ୍ତି, ଗୋପାଳ ଅଗ୍ରୱାଲ, ସ୍କୁଲ ଅଧ୍ୟକ୍ଷ ମହେଶ୍ୱର ପ୍ରସାଦ ମିଶ୍ର, ମୁଖ୍ୟ ଉପଦେଷ୍ଟା ରବିନ୍ ଚନ୍ଦ୍ର ପରିମାଣିକ ମଞ୍ଚାସୀନ ଥିଲେ । ବିଭିନ୍ନ ବିଭାଗରେ ସଫଳତା ହାସଲ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ସିଲ, ମେଡାଲ ଦେଇ ପୁରସ୍କୃତ କରାଯାଇଥିଲା । ଶେଷରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା ।

jayashree
Leave A Reply

Your email address will not be published.