csstore

ବଲାଙ୍ଗିର ଏଡିଆର ସଭାଗୃହ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ଡଃ. ପବିତ୍ର ମୋହନ ସାମଲଙ୍କ ଅନୁମତି କ୍ରମେ ବଲାଙ୍ଗିର ଏଡିଆର ସଭାଗୃହ ପରିସରରେ କୃତ୍ରିମ ବୁଦ୍ଧି ବ୍ୟବହାର କରି ଇଂରାଜୀରୁ ଅଂଚଳିକ ଭାଷା ପର୍ଯ୍ୟନ୍ତ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରର ଅନୁବାଦ ଏବଂ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କର ଭି ସି ନିୟମ ୨୦୨୦, ଏଡିଆର ନିୟମ ୨୦୦୭ ଏବଂ ମଧ୍ୟସ୍ଥତା ନିୟମ – ୨୦୦୭ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭିଜିଲାନସ କୋର୍ଟ ଜଜ୍ ମଳୟ ରଂଜନ ଦାସ, ଫ୍ୟାମିଲି କୋର୍ଟ ଜଜ୍ ବିକ୍ରମ କେଶରୀ ପଟ୍ଟନାୟକ, ଅନୁସୂଚିତ ଜାତି ଓ ଜନଜାତି କୋର୍ଟ ଜଜ୍ ଇତିଶ୍ରୀ ମାଳବୀକା ଭୁୟା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ପବିତ୍ରାନନ୍ଦ ପ୍ରଧାନ, ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ, ଜିଲ୍ଲା ସରକାରୀ ଓକିଲ ମହନ୍ତ, ଆସିଷ୍ଟାଣ୍ଟ ସିଷ୍ଟମ ଅଧିକାରୀ, କୋର୍ଟ କର୍ମଚାରୀ, ପାରା ଆଇନ ସ୍ଵେଚ୍ଛାସେବୀ ସମେତ ଜିଲ୍ଲା ଓକିଲ ସଂଘର ଓକିଲ ଯୋଗଦେଇଥିଲେ ।

jayashree
Leave A Reply

Your email address will not be published.