csstore

କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ ସାହିତ୍ୟ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୬.୦୧.୨୦୨୪ରୁ ଆରମ୍ଭ ହୋଇଥିବା ନୂଆ-ଓ ସାହିତ୍ୟ କାର୍ଯ୍ୟକ୍ରମ ୦୭.୦୨ ୨୦୨୪ରେ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ପର୍ଯ୍ୟାୟ କ୍ରମେ ଲୋକନୃତ୍ୟ, ହସ୍ତାକ୍ଷର ଲିଖନ, ପ୍ରବନ୍ଧ ଲିଖନ, ବକୃତା, ଭଜନ ଗାନ, କୁଇଜ ତଥା କବିତା ଲିଖନ ଆଦି ପ୍ରତିଯୋଗିତା କରାଯାଇଥିଲା । ପ୍ରତ୍ୟେକ ବର୍ଗରେ ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଉଦ୍‌ଯାପନୀ ଦିବସରେ ଓଡ଼ିଆ ଭାଷା ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡ. କୌତୁକ ପନ୍ଦର ଏବଂ ଡ. ଜଗନ୍ନାଥ ସାହୁ ବିଷୟ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ । ଆଲୋଚନାଚକ୍ରକୁ ଡ. ଲକ୍ଷ୍ମଣ ମେହେର ପରିଚାଳନା କରିଥିଲେ । ଉଦ୍‌ଯାପନୀ ସଭାରେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ନୀଳାଚଳ ଚିରଗୁନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାଙ୍କୁ ସଫଳ ବ୍ୟକ୍ତିତ୍ୱର ଅଧିକାରୀ ହେବା ପାଇଁ ଉପଦେଶ ଦେଇଥିଲେ । ଶମ୍ଭୁ ପ୍ରସାଦ ସାହୁ ସମ୍ମାନିତ ଅତିଥି ଭାବେ ବକ୍ତବ୍ୟ ରଖିଥିଲେ । ନୋଡାଲ ଅଫିସର ଡ. ଅଜିତ କୁମାର ଭୋଇଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ସଫଳ ଭାବେ ସମାପନ ହୋଇଥିଲା । ଅଧ୍ୟାପିକା ବିଜ୍ଞଶ୍ରୀ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟକ୍ଷ ବିଜୟ କୁମାର କଲେତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଗୁଡ଼ିକ ଅନୁଷ୍ଠିତ ହୋଇଥିବା ବେଳେ ଅଧ୍ୟାପକ ଅନନ୍ତ କୁମାର ଆର୍ଯ୍ୟ, ଖେଳ ଶିକ୍ଷକ ରମାକାନ୍ତ ରାଉତ, ଚକ୍ରଧର ପଟେଲ, ପଞ୍ଚାନନ ପଟେଲ, ଚକ୍ରପାଣି ପଟେଲ, ଗୌର ପଟେଲ, ପବିତ୍ର ବାଗ, ବିପିନ ପୋଡ଼ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.