csstore

ସାଇଟ ନର୍ସିଂ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ସ୍ଥିତ ସାଇଟ ନର୍ସିଂ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗତ ଦୁଇ ଦିନ ବ୍ୟାପି ଅନୁଷ୍ଠିତ ହୋଇ ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ସୁଶ୍ରୀ ଶିକ୍ଷା ଅନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡା ଶିକ୍ଷାର ଏକ ଅଂଶବିଶେଷ ବୋଲି କହିଥିଲେ । ଏଥିରେ ୩୫୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ପୁରସ୍କାର ବିତରଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ମୁଖ୍ୟ ଅତିଥି ଭାବବରେ ରାମଜୀ ଯୁବକ ସଂଘର ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ଯୋଗଦାନ କରିଥିବା ବେଳେ ଡା. ପ୍ରମୋଦ କୁମାର ମିଶ୍ର, ଲୋପାମୁଦ୍ରା ମିଶ୍ର, ସନ୍ତୋଷ କୁମାର ବ୍ରହ୍ମା, କମରୁନ ନିସା ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗରୁଡ ଧ୍ୱଜ ସାଏ, ପ୍ରଶାନ୍ତ ତ୍ରିପାଠୀ, ଜୟନ୍ତ ପଟେଲ, ପିୟବ୍ରତ ଖଟୁଆ, ଅମିୟ ଯୋଷୀ, ଅଶୋକ କୁମାର ପଧାନ, ଇନ୍ଦ୍ରାଣୀ ବାଗ, ଶରତ ପ୍ରଧାନ, ଜତୀନ ରଣା, ରେସମା ସା, ସ୍ୱାତିମୟୀ ଜାନୀ, ରୁଚିକା ମହାନ୍ତି ଏବଂ ସୁବାସ ଦାଶ, ଶଙ୍କର ସାଏ, ପ୍ରଭଞ୍ଜନ ସାଏ, ଭଗବତିଆ ଅଦାବରିଆ, ଗୋପାଳ ବାଗ, ଦିଗାମ୍ବର ସାଏ, ସୁଧାକର ସାହୁ ତଥା ଲୋକନାଥ ସିଂହ ପ୍ରମୁଖ ପ୍ରତିଯୋଗିତାକୁ ସଫଳ କରିବାରେ ସହଯୋଗ କରିଥିଲେ । ଶେଷରେ କ୍ରୀଡା ସଂଯୋଜକ ସୁନୀଲ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.